ଅଭିମାନ
ଅଭିମାନ
ଅଭିମାନ ଅଭିଯୋଗ ଅନ୍ତରର ଦାଗ
କୁହୁଳାଏ ମନପ୍ରାଣ ବେଦନାର ତାଗ
ସଂଜ୍ଞାନରେ ଅଜ୍ଞାନରେ ବାଣୀର ସେ ମର୍ମ
ମର୍ମାହତ କରିଦିଏ ଚହଲାଇ ଧର୍ମ ।
ବିମର୍ଦ୍ଦନେ ଅଭିମାନ ବଢାଏ କେ ହାତ
ସଜାଡନ୍ତି କେତେଜଣ ଉଜୁଡିବା ଛାତ
ଅହଂକାର ଅହଙ୍କାରୀ ଶୁଣିଶୁଣି ବ୍ୟଥା
ଅଭିମାନ ମର୍ଜି କାନ୍ଦେ ଆପେ କୋଡି ମଥା ।
ଛାଡିପାରେ ନାହିଁ ନିଜ ସହଜାତ ଗୁଣ
ପରାସର ତ୍ରାସେ ଜଳେ ନ ଛାଡି ତ ଟାଣ
ଘନ କୁଜ୍ଝଟିକା ରୋଧେ ଅଗ୍ରଗାମୀ ପଥ
ତଥାପି ଛାଡେନା ମାନ ବଳ ଅପ୍ରମିତ ।
ଟିକେ ସ୍ନେହ ମିଠାକଥା ମଧୁସ୍ପର୍ଶୀ ପ୍ରୀତି
ଦଳିଦିଏ ନିଶେଷିଣ ଅଭିମାନ ରୀତି
ସଜାଡେ ଉଜୁଡୁଥିବା ସଂସାରର ପଥ
ଭିଜାଏ ମନର ଅଗ୍ନି ହରି ସବୁ ବଥ ।
ଫଟା କପାଳରେ ଯୋଡା ଯେବେ ଅଭିମାନ
ଆଶା ଶତଦଳ ହୁଏ କାକରେ ବିଲୀନ
ପ୍ରାଣ ସାଥେ ମଉଳେ ସେ ଅଭିମାନ ସ୍ଵର
ଆଶା ଆଶାବରୀ କୋହ ମ୍ଳାନ ଅଭିସାର ।