ଅଭିମାନ କଲି ବୋଲି
ଅଭିମାନ କଲି ବୋଲି
ମୁଁ ଗୋଟେ ଅଧମ କରି ଅଭିମାନ କହିଦେଲି କିଛି କଥା
ତୁମେ ପରମବ୍ରହ୍ମ ମୋ ପ୍ରାଣର ପ୍ରାଣ କରିବ ସବୁ ବ୍ୟବସ୍ଥା
ଏକଥା କରିଣ ଚିନ୍ତା
ହେ ଚିନ୍ତା ନାୟକ ନଶୁଣୁଛ ଡାକ ଭରିଦେଉଅଛ ବ୍ୟଥା
ବେଳୁ ବେଳ ମୋର ଧୌର୍ଯ୍ୟ ହୁଏ ଜୁର ଜୀବନ ଟା ଲାଗେ ପିତା ଏକଥା କରିଣ ଚିନ୍ତା ।
ଅଭିମାନେ ମମ ଦୟାସିନ୍ଧୁ ତୁମ ମନେ ବହିଲ କି ରୋଷ
ସୁଖ ବଦଳରେ ଦୁଃଖ ନଦୀତୀରେ ଏ ଜୀବନେ ଭରି ବିଷ
ମୋପାଇଁ କାହିକି କୁହ
ଦିନ ସରେ ନାହିଁ ରାତି ସରେ ନାହିଁ ପିଇ ପିଇ ଆଖି ଲୁହ
ଚିନ୍ତାରେ ଠାକୁର ହେଉଛି ଅଧିର ହୃଦୟେ ଅନେକ କୋହ
ମୋପାଇଁ କାହିଁକି କୁହ ।
ତୁମ ଦରଶନ କରିବାକୁ ମନ ଅଥୟ ହେଉଛି ପ୍ରଭୁ
ମୋ ଆଶା ପୁରଣ କରି ନାରାୟଣ ଦରଶନ ଦିଅ ବିଭୁ
ତୁମ ପାସେ ଯଦି ମୁହିଁ
ଅଭିମାନ ଅଳି ନକରିବି କଳି କାହାକୁ କହିବି ଯାଇ
“ପ୍ରଭୁ” ତୁମ ସମ “ପଣକୁ ଭାଜନ” କିଏବା ଅଛି ଗୋସାଇଁ
ତୁମ ପାସେ ଯଦି ମୁହିଁ ।
ଅନ୍ତର୍ଯ୍ୟାମୀ ଜନ ରଂଜନ ମୋହନ ବଡପଣେ ଅଭିମାନ
କଲିବୋଲି ତୁମେ ସତରେ ମୋ ପ୍ରାଣେ ଭରିଦେଉଛ କଷଣ
ଦମ୍ଭ ଅଭିମାନ ଯେତେ
ଭାଙ୍ଗିତ ଗଲାଣି ବଳ ପାଉନାହିଁ କାହାକୁ କହିବି ଏଥେ
ଶୁଣ କି ନ ଶୁଣ ତୁମ ବିନା ପ୍ରାଣ ଅଧିର ହୁଏ ନିରତେ
ଦମ୍ଭ ଅଭିମାନ ଯେତେ ।
କେତେ ଦିନେ ତୁମେ ଶୁଣିବ ହେ କ୍ଷଣେ କ୍ଷଣେ ଆୟୁ ହୁଏ ଶେଷ ସରିବା ଆଗରୁ ନହୋଇ ହେ ଗରୁ ପୁରାଅ ମୋ
ଅଭିଳାଷ ଏହି ଅଳି ଶ୍ରୀଛାମୁରେ
ଶ୍ରୀରଙ୍ଗା ଚରଣ ସେବାରେ ଏ ମନ ଲାଗିରହୁ ନିରନ୍ତରେ
ପୂର୍ଣ୍ଣ ମନୋରଥ କର ଜଗନ୍ନାଥ ଏତିକି ମାଗୁଣି ତୋରେ
ଏହି ଅଳି ଶ୍ରୀଛାମୁରେ ।