STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ତାମିଲନାଡୁ ରେ ମୀନାକ୍ଷୀ ଦର୍ଶନ

ତାମିଲନାଡୁ ରେ ମୀନାକ୍ଷୀ ଦର୍ଶନ

1 min
28

       

ମଦୁରାଇ ସେତ ତାମିଲନାଡୁରେ ଆହାକି ରମ୍ୟ ମନ୍ଦିର 

ଦର୍ଶନେ ଆସିଲି ଶୁଭବେଳା ଦେଖି ସଙ୍ଗେଧରି ପରିବାର

ଭବ୍ୟ ମନ୍ଦିରର କାରୁକାର୍ଯ୍ୟ ଶୋଭା ସତେକି କୈଳାଶ ପୁର

ବିଶ୍ଵକର୍ମା ସତେ ଗଢିଲେ ମନ୍ଦିର ନାହିଁ ତାର ପଟାନ୍ତର ।।

 

ମଣିଶିଳା ସ୍ତମ୍ଭ ଶତସସ୍ର ଶୋଭା ରତନ ବେଦୀରେ ଦେବୀ

ରତ୍ନଦୀପ ଶିଖା ଉଜ୍ଜ୍ୱଳ ଆଲୋକେ ଦିଶୁଅଛି ଦିବ୍ୟ ଛବି

ନାନାରତ୍ନେ ବିଭୁଷିତ ରମ୍ୟ ରୂପ ଦେଖି ମନ ଯାଏ ଦ୍ରବି

ମହାଦେବୀ ଉଭା ମୀନାକ୍ଷି ନାମରେ ଧନ୍ୟ ହୋଇଅଛି ଊର୍ବୀ ।।


କୁଙ୍କୁମ ଲେପିତ କପୋଳେ କୁନ୍ତଳ ଆହାକି ଅପୂର୍ବ ଶୋଭା

ଗିରିରାଜ ଜେମା ନଟରାଜ ବାମା କାନ୍ତି ସସ୍ର ସୂର୍ଯ୍ୟ ବିଭା

ବିଛୁରିତ ହୋଇ ଉଠଇ ସତେକି ଝରିଯାଏ ଦିବ୍ୟ ଆଭା

କୋଟିଏ ଅଳକା ପୁର ଠାରୁ ବଳି କିଅବା ଉପମା ଦେବା ।।


ଅବର୍ଣ୍ଣନୀୟ ସେ ଆମିତ ସୌନ୍ଦର୍ଯ୍ୟ ରୂପେ ବାମଦେବ ବାମା

ଦରଶନ‌ ଦେଇ ସେ ପବିତ୍ର କରୁଛି ଢାଳିଦେଇ ତା କରୁଣା

ବେଢି ରହିଛନ୍ତି ଅସଂଖ୍ୟ ଭକତ କରି ନୂହଇ କଳନା

ସାରା ଜଗତର ଭକତ ତା ପାସେ ଲଭିବା ପାଇଁ କରୁଣା ।।


କରୁଣାରେ ଉଣା କରିନାହିଁ ଦେବୀ ଜଗତ ଜନନୀ ମାଆ

ସେତ ଯୋଗମାୟା ଜଗତ ଜନତା ନିରାଶା ଅନ୍ଧାରେ ସାହା

ତାପଦେ ପ୍ରଣତି ଜଣାଇ ପ୍ରଫୁଲ୍ଲ ଡାକେ କରିଥିବୁ ଦୟା

ଏତିକି ମିନତୀ ଆଗୋ ଠାକୁରାଣୀ ମୋ’ହୃଦୟେ ବିରାଜି ଥା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍