STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ସବୁଜ କ୍ଷେଚରେ ସୁନେଲି ଧାନ

ସବୁଜ କ୍ଷେଚରେ ସୁନେଲି ଧାନ

1 min
209


   ସବୁଜ କ୍ଷେଚରେ ସୁନେଲି ଧାନ

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା 

---------- ---------------------- -----------

ହେଲା ମଗୁଶିର    ପରଶି ଶୀତଳ 

      ଛୁଇଁ ଛୁଇଁ ଯାଏ ଧରା:

କୁହୁଡି ଘେରେଇ   ଦେଇଛି ଘୋଡେଇ 

     ପଡେନାହିଁ ଟାଣ ଖରା,,

ଦଳଦଳ ହୋଇ   ଗେଣ୍ଡାଳିଆ ପକ୍ଷୀ 

    କେ କେଉଁ ଦୂର ଦେଶରୁ ,

କଳରବ ରୋଳେ   ଉଛୁଳି ଉଠଇ 

    ନଭୋମୟେ ଅଦୂରରୁ ।।


କେଦାରରେ ପକ୍ଵ    ଶଶ୍ୟର ପସରା 

   ସୁବର୍ଣ୍ଣ ର ଢେଉ ଖେଳେ;

ତହିଁରେ ଶିଶିର    ପଡି ସୂର୍ଯ୍ୟ କର 

     ମୁକ୍ତା ଭ୍ରମ ସୃଷ୍ଟି କରେ,,

କେଦାର କାଞ୍ଚନ    ବର୍ଣ୍ଣ ପରିପୂର୍ଣ 

      ଛାଡି ବୈକୁଣ୍ଠ ଭୁବନ;

ବିଜୟ କଲେଣି     ସାଗର ଦୁଲଣୀ 

      କୃଷକର ହୃଷ୍ଟ ମନ ।।


ସବୁଜ ବଳୟ   କ୍ଷେତରେ କ୍ଷେତରେ

    ତଥିପରେ ସୁନା ଝରା;

ନତ ମୁଖେ ଶଶ୍ୟ   କେଣ୍ଡା ସ୍ଵର୍ଣ୍ଣ ଝରା

   ଆହାକି ସୁରମ୍ୟ ତୋରା,,

ଗୁଞ୍ଜରିତ ହୁଏ   ମହାଲକ୍ଷ୍ମୀ ପୂଜା 

    ପୁରାଣ ପୂ

ଣ୍ୟ ସଙ୍ଗୀତ;

ଝୋଟିରେ ଝଟକେ   ପ୍ରତିଘର ଦ୍ଵାର 

     ଉଚ୍ଚ ହୁଳହୁଳି ଶଦ୍ଦ ।।


ସବୁଜ କ୍ଷେତର   ସୁନେଲି ଧାନରେ

   ଧାନମେଣ୍ଟା ହୁଏ ମାଣ;

ମାଣ ପେଡି ପରେ   ପୂଜା ଘରେଘରେ

    ହୋଇଥାଏ ନୂଆ ଧାନ,,

ଦେବୀ ପଦ୍ମାଳୟା   ସାଗର ତନୟା 

     ବରଦ ହସ୍ତକୁ ତାର;

ପ୍ରସାରି ଦିଅଇ   ଶ୍ୟାମଳ ବିମଳ 

   ଶଶ୍ୟଶାଳିନୀ ଭୁଧର ।।


ମଣ୍ଡା, ମକମଲ୍ଲୀ   ଫୁଲର ଚମକ 

   ସୌରଭେ ‌ମୁକ୍ତ ଅନୀଳ; 

ବିତରେ ପ୍ରଲୁବ୍ଧେ   ପ୍ରଜାପତି ଉଡେ 

    ଗୁଣୁଗୁଣଉଛି ଭ୍ରମର,,

ଖଳା ସଜ ବାଜ    କଲାଣି କୃଷକ

   ଗୋମୟରେ ଲିପିପୋଛି;

ସଜାଇ ଦେଲାଣି   ଝୋଡି ଚିତ୍ର କାଟି

   ମେର୍‌ହି ଖୁଣ୍ଟି ପୋତିଅଛି ।।


ସତେକି ଅମର    ଭୂବନ ଭୂଧର 

   ଶୋଭାରେ ମଣ୍ଡିତ ହୋଇ;

ମଣି କାଞ୍ଚନ “କଞ୍ଜ-   ବରଣ” ରଙ୍ଗ

     ଲଳିତ ଚିତ୍ର ସଜାଇ,,

ଦେଇଛି ପ୍ରକୃତି    ସବୁଜ କ୍ଷେତରେ

    ସୁନେଲି ଧାନ ହସଇ;

ହସଇ ଧରିତ୍ରୀ   ହସୁଛି ଜଗତ

   ପ୍ରଫୁଲ୍ଲ ବର୍ଣ୍ଣିତ ହୋଇ ।।



Rate this content
Log in

Similar oriya poem from Fantasy