STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ଆକାଶ କଇଁଆ

ଆକାଶ କଇଁଆ

1 min
210

ଆକାଶ କଇଁଆ 

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା 

---------- -------------------- ----------

ହାତ ପାଆନ୍ତାରେ ଥିବା ଭଳି କଥା ନୁହଇ ଯାହା ସମ୍ଭବ

ଜଗତେ କେବଳ ଯାହା ଶୁଣି ଜନେ ହସିବେ ଏ ତହୁଁ ଭାବ

କବି ସୂର୍ଯ୍ୟ ଙ୍କ ଭାଷାରେ 

ଅସମ୍ଭବ କଥା କୁହାଳିଆ ତୁଣ୍ଡେ (ଯଥା) ଆକାଶେ କଇଁଆ ଫଳେ ।।


ଚିଲିକାରେ ମାଛ ଧରିଲେ ମିଳିବ ଅଗାଧ ଚିଲିକା ଜଳ

ବାଇଁଗଣ ରୁଆ ଝୀଅ ବାହାଘର ଭୋଜି ହେବ ହେଲେ ଫଳ

ତୁଛା ବାହାପିଆ କଥା

ପକ୍ଷୀରାଜ ଘୋଡା କୁହୁକ ରାଇଜ ରାଜା ରାଜଜେମା ଅବା ।।


ଦିବା ସ୍ୱପ୍ନର ଏ ପ୍ରକଳ୍ପ ଇଲାକା ମସ୍ତିସ୍କ କୁ ଯେବ ଆସେ

ନିରିମୂଳୀ ଚେର ବାଞ୍ଜ୍ଝୀଗାଈ କ୍ଷୀର ପାଇବାକୁ ଖୋଜି ବସେ

ଏ ଭାବନା ଅସମ୍ଭବ

ଆକାଶ କଇଁଆ ଚିଲିକା ମାଛର ଉପଲକ୍ଷ ଏହି ଭାବ ।।


ପିମ୍ପୁଡ଼ି ରକତ ବୁଢିଆଣୀ ପିତ ୟାକୁ ଆଣି ରଖଗଥିବ

କୁମ୍ଭୀର ଲୁହରେ ବାଟିକି ଖାଇଲେ ଯୁଗରାଜ୍ୟ ଭୋଗ ହେବ

ଏହାକି କେବେ ସମ୍ଭବ

ନଥିବା କଥାକୁ ବଖାଣିଲେ ବସି କଥା କେବେ ନସରିବ ।।


ଓଡିଆ ଭାଷାରେ ପ୍ରବାଦ ଏମିତି ଗୀତ ଗପ ଉପନ୍ୟାସ

ଲିଖିତ ସେ ଯଥା “ଆକାଶ କଇଁଆ କାହିଁ ଚିଲିକାର ମାଛ”

ଅଭିଲା କଥାକୁ ନେଇ

ସମାଜରେ ଉପଲକ୍ଷ ଦେଇଥାନ୍ତି ସର୍ବ ବିଦିତ ତ ଏହି ।।


ନାହିଁ ନଥିବା କଥାଟେ ତୋଳିଆଣି ସର୍ବ ସମ୍ମୁଖେ କହିବା

ନେଇ ଆଣି ଥୋଇ ପାରିଲେ ବି ଶେଷେ ଅପଦସ୍ତ ନ’ଅନ୍ୟଥା

ବାହାପିଆ ର ଉପାଧି 

ପାଇବା ଗହନ ନୁହେଁ ଆରେ ଧନ ଶତ୍ରୂ ଉତ୍ପତ୍ତି ହୁଅନ୍ତି ।।


ନହେବା କଥାକୁ କଥା ଚାତୁରୀ ରେ ଚତୁର କରଇ ମୋହ

ଜାଣି ନପାରଇ ନିର୍ବୋଧ ତା କଥା ଯନ୍ତ୍ରଣା ର ଭୟାବହ

ପରିଣାମ ଭୋଗ କରେ

ତହିଁରୁ ନିବୃତ ରହିଲେ ରେ ଧନ ବଂଚି ଯିବୁ ଏ ସଂସାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller