Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Thriller

4  

Bijay Prusty

Thriller

ଅଭିଲେଖ

ଅଭିଲେଖ

1 min
373



ଆସକ୍ତିର ଦୀପ ଲିଭିନି ମନରୁ

ଲିଭାଉଛି ଧିରେ ଧିରେ

ନିରବ ହେଉଛି ନିଶ୍ୱାସର ଗତି

ନିଜେ ହଜିଗଲା ପରେ I

ଅନ୍ତର ତଳେ ମୋ କେତେ ଯେ ପ୍ରଶ୍ନ

ଉତ୍ତର କିଏବା ଦେବ ?

ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ

ମନ ଘାଣ୍ଟି ହେଉଥିବ I

ନିଜେ ପଚାରୁଛି ନିଜକୁ ପ୍ରଶ୍ନ

ଉତ୍ତର ମିଳେନା କିଛି

ମୋ ପ୍ରଶ୍ନ ଉତ୍ତର ଯିଏ ବା ଦିଅନ୍ତା

ସିଏ ନିଜେ ପ୍ରଶ୍ନବାଚୀ I

ଏତେ ଅଘଟଣ ଘଟିଗଲା ବୋଲି

ମନେ ଭରା ଅବୋସୋସ

ଅମୃତ ସନ୍ଧାନ କଲାବେଳେ ଯାହା

ମିଳିଗଲା କିଛି ବିଷ I

ସମୟର ଚକ ଗଡି ଗଡି ଯାଏ

କ୍ଷୀଣ ହୋଇଯାଏ କାୟା

ବେଳ କି ଅବେଳ ଜଣା ପଡେନାହିଁ

ଘାରିଛି ସଂସାର ମାୟା I

       


Rate this content
Log in

Similar oriya poem from Thriller