STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଫଗୁଣ

ଫଗୁଣ

1 min
117


ଫଗୁଣ ଆଖିରେ ଶ୍ରାବଣ

ଶ୍ରାବଣ ଆଖିରେ ବିଲକ୍ଷଣ

କାଳ ବୈଶାଖି ର ଆକ୍ରମଣ

ମୁଁ ପରାଜିତ ବିଭାଜିତ

ଏ ବାତାବରଣେ ଅନୁକ୍ଷଣ

ଦିନ ଆସୁ ବୋଲି ଚାଲିଗଲା

ବାକି ଯାହା ରହିଗଲା ରଙ୍ଗ ନଥିଲା

କୃଷକ କରେ ବେଉଷଣ

ସୈନିକ କରେ ଯୁଦ୍ଧ ଆମରଣ

ପଳାୟନ ପନ୍ଥୀ ଏ ଫଗୁଣ 

ହୋଲିର ମାଦକ ଆବରଣ

ଅଭ୍ୟନ୍ତରୀଣ ବାତାବରଣ କ୍ଷୀଣ

ଭୁଲିବା ଅସମ୍ଭବ

ପଳାତକ ସାଜିବା କେବଳ ସମ୍ଭବ

ନିଜ ଠାରୁ ଦୂରତ୍ୱ ବଢ଼ାଇ ନେଇଛି

ତତେ ମିଛ ମତେ ସତ ରହିଲା ଫଗୁଣ ରାଣ

ଉତ୍ତରଣ, ଆରୋହଣ ଅବତାରଣ

ଭିତରୁ କୋଉଟା ବାଛିବି

ମୁଁ ରୁଦ୍ଧ ମୋ ଚାରିପଟେ ଆବରଣ

 ଅତୀତ କୁ ଦର୍ଶାଇ ଫଗୁଣ

ବର୍ତ୍ତମାନ କୁ କରିଛି ହରଣ

ବବିଷ୍ୟତ ଆଶଙ୍କା ଭିତରେ

ଦେଖିହୁଏ ଫଗୁଣରେ ଫଗୁର ଉଦ୍ଗିରଣ ।।


Rate this content
Log in

Similar oriya poem from Abstract