STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ରଙ୍ଗ ମୁରୁଜ 

ରଙ୍ଗ ମୁରୁଜ 

2 mins
0

ରଙ୍ଗ ମୁରୁଜ 
କେଡେ ସୁନ୍ଦର ସେ ରଙ୍ଗୋଲି 
ସତେ ଫୁଲଡାଲା ଧରି ଫୁଲବାଲି 
କାର୍ତ୍ତିକ ଆଣି ଆସିଛି ପସରା ମେଲି 
କିଏ ଦିଶେ ପଳାସ କିଏ ଚମ୍ପା କିଏ ମଲ୍ଲୀ 
ଆସ ଆସ ବୋହୁ ଝିଅ ଗୋଲାପ ଦୂତୀ ଗେଲି 
କରିବା ଚିତା ଝୋଟି ଘରେ ରଙ୍ଗୋଲି 
ବର୍ଷକେ ଥରେ କାର୍ତ୍ତିକ 
ରଙ୍ଗ ମୁରୁଜ ନେଇ ଆସିଛି ବୁଲି 
ଶୀତ ଅଳ୍ପ ଅଳ୍ପ ହିତେ ଉଠିଛି ଫୁଲି 
ମନ ଯାଏ ଚହଲି 
ଚଉରାମୂଳେ ରଙ୍ଗମୁରୁଜ 
ଆଜି ଗଲା କାଲି ଓ ଆସନ୍ତା କାଲି 
ଦୀପାବଳି ଆଲୋକରେ କାର୍ତ୍ତିକ ଯାଇଛି ଭୁଲି 
ଅଁଳାନବମୀ ଆସୁଛି ରାଧାଦେବୀଙ୍କ 
ପାଦପଦ୍ମ ଦୁଇ ଦର୍ଶନ କରିବ ବୋଲି 
ରଙ୍ଗ ମୁରୁଜର ଏ ହୋଲି 
ଧରା ନହୁଲି ନହୁଲି ଲାଗୁଛି ଖାଲି
ଚିତା ଝୋଟି ରଙ୍ଗୋଲି ନାଲି 
ନାଲିଆ ଓଠେ ଜଗନ୍ନାଥ ଦିଅନ୍ତି ହସି 
ମେଲି ହସର ପାଖୁଡା ଖୋଲି 
ଚକା ଚକା ଆଖି ଫୁଟିଛି ଯେମିତି ଫୁଲି ଓ ଝୁଲି 
କାର୍ତ୍ତିକମାସର ରଙ୍ଗ ଓ ରଙ୍ଗୋଲି 
କେଡେ ସୁନ୍ଦର ଦିଶଇ କଳା ଧଳା ନେଳି ନାଲି 
କୋଇଲି ପିଇ ମହୁଲି କହେ ମୋ ବେଳ 
ଆସିବ ଆସନ୍ତା କାଲି 
ନେଳି ରଙ୍ଗ ବୋଳିଦେବି ମୁଁ ଖାଲି 
ତା କଥା ଶୁଣି ରଙ୍ଗ ମୁରୁଜ ହସନ୍ତି ଖାଲି 
,,,,,,,,,,,,,,,,,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics