STORYMIRROR

Salila Sarangi

Classics

4  

Salila Sarangi

Classics

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
418

ଝିପିଝିପି ବର୍ଷା ଖରା ଆଗମନେ

ଇନ୍ଦ୍ରଧନୁ ଆକାଶରେ

ସୁନୀଳ ଅମ୍ଵର ଦିଶେ ମନୋହର

ସପ୍ତ ରଙ୍ଗ ବର୍ଣ୍ଣାଳୀରେ।


ସତେ କେଉଁ ଶିଳ୍ପୀ ସୁଷମା ଭରିଛି

ତାର ରଙ୍ଗୀନ ତୂଳୀରେ

ସେ ନୀଳ ଆକାଶୁ ଆଖି ଫେରେ ନାହିଁ

ଲାଖି ରହେ ତା ଭିତରେ।


କେହି କେହି ତାକୁ ଇନ୍ଦ୍ର ରାଜାଙ୍କର

ଧନୁ ବୋଲି କହିଥାନ୍ତି

ସେ ଇନ୍ଦ୍ରଧନୁର ସପ୍ତ ରଙ୍ଗ ମଧ୍ୟେ

ବିଜ୍ଞାନ କାରଣ ଅଛି।


ଵାଇଗଣି, ଘନନୀଳ ଓସଵୁଜ

ହଳଦୀ, ଲାଲ୍, ନାରଙ୍ଗୀ

ସପତ ବର୍ଣ୍ଣର ଫୁଲ ହାର ଅବା

କିଏ ଦେଇଅଛି ଟାଙ୍ଗି।


ଏକ ସଙ୍ଗେ ଦୁଇ ଗୋଟି ଇନ୍ଦ୍ରଧନୁ

ଆକାଶେ ଉଦୟ ହୁଏ

ଗୋଟିଏ ଉଜ୍ଜ୍ୱଳ ଦୃଶ୍ୟମାନ ହୋଇ

ଅନ୍ୟଟି ମଳିନ ଥାଏ।


ଉଜ୍ବଳ ପରାୟ ଦୃଶ୍ୟମାନ ହୁଏ

"ପ୍ରାଥମିକ ଇନ୍ଦ୍ରଧନୁ"

ମଳିନ ପରାୟ ଦୃଷ୍ଟି ଆଢ଼ୁଆଳେ

"ଦ୍ଵିତୀୟା ଇନ୍ଦ୍ରଧନୁ"।


ପ୍ରାଥମିକ ଇନ୍ଦ୍ରଧନୁ ଶୀର୍ଷ ଅଂଶ

ଲାଲ୍ ରଙ୍ଗ ହୋଇଥାଏ

ଦ୍ବିତୀୟକ ଇନ୍ଦ୍ରଧନୁ ନିମ୍ନ ଅଂଶ

ଲାଲ୍ ରଙ୍ଗେ ଶୋଭାପାଏ।


ଇନ୍ଦ୍ରଧନୁ ଠାରେ ସାତୋଟି ରଙ୍ଗର

ଆଲୋକ ଯେ ଅଛି ରହି

ସମସ୍ତ ରଙ୍ଗର ଆଲୋକର ଶକ୍ତି

ସମାନ ହୋଇ ନ ଥାଇ।


ଵାଇଗଣି ଆଲୋକର ଶକ୍ତି ଅଟେ

ସବୁଠାରୁ ସର୍ବାଧିକ

ବିଶଦ ବର୍ଣ୍ଣନା କରଇ ବିଜ୍ଞାନ

ସେ ରଙ୍ଗ, ଶକ୍ତି ସମ୍ପର୍କ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics