ତୁମେ
ତୁମେ
ତୁମେ ପଢ଼ ବୋଲି ତ ମୁଁ ଲେଖେ
ତୁମେ ଶୁଣ ବୋଲି ତ
ମୁଁ ଅନର୍ଗଳ ଗପି ଚାଲେ
ନ ହେଲେ ଏ ଅଭାବୀ ଦୁନିଆରେ
କିଏ ବା କା’ କଥା ବୁଝେ ।
ହେଲେ ମୁଁ ଜାଣେ
ତୁମେ ମୋତେ ଠିକ୍ ବୁଝିପାର
କିନ୍ତୁ ନ ବୁଝିବାର ବି
ମିଛ ଅଭିନୟଟେ କର
ଖାସ୍ ସେଇ ଅବୁଝାପଣ ପାଇଁ ହିଁ
ମୁଁ ହାତରେ କଲମ ଧରେ ।
କିନ୍ତୁ କାହାପାଇଁ ଲେଖେ ମୁଁ କବିତା
କିଏ ଅବା ପଢ଼େ ମୋ କବିତା,
ଯଦି କେହି କେବେ ପଚାରେ ।
ମୁଁ କୁହେ
ସେ କେବଳ ତୁମେ
ମୋ ଶବ୍ଦର ଗଭୀରତା ହେଉ
କି ଓଠର ନୀରବତା
ଯିଏ ସବୁ ବୁଝିପାରେ ସହଜରେ,
ଆଉ ଯାହାପାଇଁ ମୁଁ କବିତା ଲେଖିପାରେ
ଆଉ ଯାହାପାଇଁ ମୁଁ କବିତା ଲେଖିପାରେ ।