STORYMIRROR

CHARUBALA PADHI

Inspirational

3  

CHARUBALA PADHI

Inspirational

ଗୁରୁ: ଏକ ଆଲୋକିତ ଦିଶା

ଗୁରୁ: ଏକ ଆଲୋକିତ ଦିଶା

1 min
315

ଗୁରୁ,

ଯିଏ ଦିବ୍ୟ ଚେତନାର ପ୍ରଦୀପ ଜାଳି

ଜଳାଇଥାନ୍ତି ଅଗଣିତ ଦୀପ,

ନିଜେ ଧୂପ ପରି ଜଳି

ମହକାଇଥାନ୍ତି ଏ ସମାଜ।


ଦୁର୍ଗମ ଦୁରୁହ ପଥରେ, 

ଅସ୍ପଷ୍ଟ ଘନ ରଜନୀରେ,

ଆଲୋକର ଉତ୍ସ ସମ

ସାଜିଥାନ୍ତି ପଥ ପ୍ରଦର୍ଶକ।


ସ୍ନେହ, ଶ୍ରଦ୍ଧା, ଆକଟରେ

ତ୍ୟାଗ, ଧୈର୍ଯ୍ୟ, କ୍ଷମା ବଳରେ

କେତେ ଅଶାନ୍ତ ପ୍ରାଣରେ 

ଜାଳିଥାନ୍ତି ଶାନ୍ତିର ଦୀପ।


ଅପାର ମହିମା ବଳରେ,

ତେଜୋଦୀପ୍ତ ପ୍ରତିଭାରେ,

ମୁକ ମୁଖରେ ବି

ଫୁଟାଇ ପାରନ୍ତି ହସ।

ସେ ହିଁ ଗୁରୁ

ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ସ୍ୱରୂପ

ସତ୍ୟ, ଶାନ୍ତି, ମୁକ୍ତିର ପ୍ରତୀକ।

ସେହି ଦିବ୍ୟ ମାନବଙ୍କ ପାଦପଦ୍ମରେ 

ମୋର କୋଟି ପ୍ରଣିପାତ।

ମୋର କୋଟି ପ୍ରଣିପାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational