STORYMIRROR

CHARUBALA PADHI

Classics Others

3  

CHARUBALA PADHI

Classics Others

କବିତାର ନାଁ ତୁମେ

କବିତାର ନାଁ ତୁମେ

1 min
313

ଅଭିମାନ କରି କହିଥିଲ ଦିନେ

ତୁମ ପାଇଁ କିଛି ଲେଖିବାକୁ,

ଉପରେ ନୀରବତା ଥିଲେ

ବି ମନେମନେ

ଖୁବ୍ ହସିଥିଲି ସେଦିନ।


ପୁଣିଥରେ 

ଧସେଇ ପଶୁପଶୁ ଓଠ ତଳ କଥାଟା

ଧକ୍କା ଖାଇ ଅଟକିଗଲା,

ସେଦିନ ବି କହିପାରିଲିନି

ମୋ ନୀରବତାର କାରଣ।


କିନ୍ତୁ ତୁମେ କହିଲ,

କେମିତି ଲେଖିବି ଗୋଟିଏ ଧଳା ପୃଷ୍ଠାରେ

ଜହ୍ନ ଆଉ ରାତିର କଥା

ସ୍ବପ୍ନ ଆଉ ସାଥୀର କଥା,

ଲେଖିପାରିବିକି 

ମୋ ବିଶ୍ବାସର ନିଃଶ୍ବାସ ଗାଥା।


ଜାଣେ ଆଜି ବି ଥିବ 

ମୋ ପାଇଁ ସେଇ ସମାନ ପ୍ରଶ୍ନ

କାହିଁକି ଲେଖିଲିନି ବୋଲି..!

ହେଲେ କେମିତି କହିବି,

ତୁମକୁ ଲେଖିବା ବେଳେ

ଶବ୍ଦ ମାନେ ପାଲଟିଗଲେ 

ନୀରବ ପାଷାଣ

କଲମ ବି ପାଳିଲା ମୌନ ବ୍ରତ..!

ଆଉ ଯେତକ କାଗଜକୁ ନିଜର କଲେ

ତୁମ ଆଖିରେ ପାଲଟିଲେ ସେ କବିତା।

ବାସ୍ ! ତଫାତ ଏତିକି

ଆଜି ବି ତୁମେ ଜାଣିପାରିଲନି

ସେ କବିତାର ନାଁ ଥିଲା ' ତୁମେ '.!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics