STORYMIRROR

Deeptismita Sahu

Classics

4  

Deeptismita Sahu

Classics

ମକର ଆସିଚି

ମକର ଆସିଚି

1 min
258

ଯାଡ କାକରର କରାଳ ଭିତରେ

ଖୁସିକୁ ଘେନି ଆସିଚି

ସବୁରି ମନରେ ନୂଆ ଆଶା ଭରି

ଦେଖ ମକର ଆସିଚି।


ଚାଷୀ ଭାଇର ଅଗଣାରେ ଆଜି 

ସୁନା ର ଲହରୀ ଛୁଟିଛି

ଶସ୍ୟ ଶ୍ୟାମଳ ପୃଥିବୀ ଆମର 

ଖିଲି ଖିଲି ହୋଇ ହସୁଛି।


ଦୁଃଖୀ ମାଆ ର ପୁଅଟି ଆଜି

ସହରରୁ ଦେଖ ଫେରିଛି

ଆନନ୍ଦ ମନରେ ପୁଅ ପାଇଁ ମାଆ 

କେତେ ପିଠା ପଣା କରୁଛି।


ଭଳିକି ଭଳି ପିଠା ମହକ ରେ 

ଘର ଦୁଆର ମହକି ଯାଉଛି

ସବୁରୀ ମନରେ ଖୁସି ଦେବା ପାଇଁ

ମକର ଫେରି ଆସିଛି।


ଦୁଆର ମୁଁହକୁ ଆଉଜି ହେଇ 

କୁନି ଝିଅଟି ଚାହିଁ ରହିଛି

ନୂଆ ଜାମା ତାର ଆସିବ ବୋଲି 

ବାପାଙ୍କୁ ଜଗି ବସିଛି।


ସଭିଙ୍କ ମନରେ ଖୁସି ଦେବାକୁ 

ଦେଖ ମକର ଆସିଚି

ଧୋନୀ କି ଗରୀବ ସଭିଙ୍କ ପାଇଁ 

ଆନନ୍ଦ ନେଇ ଆସିଚି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics