STORYMIRROR

Deeptismita Sahu

Classics Others

3  

Deeptismita Sahu

Classics Others

ପରବ ଆସିଛି

ପରବ ଆସିଛି

1 min
185

ଆସିଛି ରେ ନୂଆ ପରବ ଆସିଛି 

କେତେ ହସ ଖୁସି ସାଥିରେ ଆଣିଛି।

ମଉଜ ଭିତରେ କଟିବ ଦିନ

ଉଲ୍ଲାସ ରେ ଏବେ ଭରିବ ମନ।

ଜୀବନ ର କଷ୍ଟ କୁ ଭୁଲାଇବା ପାଇଁ

ଖୁସି ର ପରବ ଏ ତ ଆସିଛି ଧାଇଁ

କି ଧନୀ ଆଉ କି ଅବା ଗରିବ....

ସଭିଙ୍କ ପାଇଁ ଆସିଛି ପରବ...

ଘର ସବୁ ଏବେ ପୁରି ଉଠିବ,

ବିଦେଶ ରୁ ଯେବେ ପୁଅ ଫେରିବ।

କେତେ ପିଠା ପଣା, ମିଠା ବନେଇ, 

ମାଆ ଟି ଦୁଆରେ ରହିଛି ଅନାଇ।

ପୁଅ ତାର ଏତେ ଦିନକୁ ଫେରୁଛି,

ତା ପାଇଁ ଖୁସି ର ପରବ ଆସିଛି।

ମେଘୁଆ ଆକାଶ ତଳେ ଚାଷୀ ଚାହିଁଛି,

ବରଷା କୁ ସାଥିରେ ନେଇ ପରବ ଆସିଛି।

ଆସିଲେ ବରଷା, ମାଟି ଓଦା ହବ,

ହଳ ବୁଲେଇ ସେ ଚାଷ ଯେ କରିବ।

ବରଷକର ଫସଲ ଅମଳ କରିବ, 

ନିଜ ସହିତ ଅନ୍ୟ ଙ୍କୁ ବି ଖାଦ୍ୟ ମିଳିବ।

ଦାଣ୍ଡପିଣ୍ଡାରୁ କୁନି ଝିଅଟେ ରହିଛି ଅନାଇ,

ବାପା ଆଣିବେ ନୂଆ ଜାମା ତାରି ପାଇଁ

ନୂଆ ଜାମା ପିନ୍ଧି ସେ ବି ପିଠା ଖାଇବ, 

ହସି ଖେଳି ସେ ବି ପରବ ମାନିବ ।

କି ଧନୀ ଆଉ କି ଅବା ଗରିବ

ସଭିଙ୍କ ଘରକୁ ଆଜି ଆସିଛି ପରବ।

କାହା ପାଇଁ ପୁଅ, ତ କାହା ପାଇଁ ନୂଆ ଜାମା ହେଇ,

ପୁଣି କାହା ପାଇଁ ବରଷା ହେଇ, ଆସିଛି ଖୁସି କୁ ନେଇ।

ସଭିଙ୍କ ମନରେ ଆଜି ଖୁସି ଭରି ଦେଇଛି,

ଏଇ ପରା ଆମ ପରବ ଆସିଛି

ମାଆଟିଏ ଭାବୁଛି ଏଇ ପରବ ସବୁଦିନ ଆସିଥାନ୍ତା?

ବିଦେଶ ନଯାଇ ପୁଅ ମୋର ମୋ ପାଖରେ ରୁହନ୍ତା ।

ନୂଆ ଜାମା ଦେଖି କୁନି ଝିଅ ଭାରି ଖୁସି

ଝିଅ ର ଖିଲି ଖିଲି ହସ ଦେଖି ବାପା ଦେଲେ ହସି।

ବରଷାକୁ ଦେଖି ଚାଷୀ ଗାଏ ଗୀତ

ତାକୁ ମିଳିଯିବ ଏବେ ବରଷକ ର ଭାତ।

ସବୁ ବରଷ ଆସୁଥା ରେ ପରବ ତୁ ଏମିତି, 

ଖୁସି ରେ ଭରିଦେ ସଭିଙ୍କ ଘରକୁ ଏମିତି।

ସବୁ ବରଷ ଆସୁଥା ରେ ପରବ ତୁ ଏମିତି, 

ଖୁସି ରେ ଭରିଦେ ସଭିଙ୍କ ମନକୁ ଏମିତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics