STORYMIRROR

Deeptismita Sahu

Horror Classics

4  

Deeptismita Sahu

Horror Classics

ମକର ଆସିଛି

ମକର ଆସିଛି

1 min
380

ଯାଡ କାକରର କରାଳ ଭିତରେ

ଖୁସିକୁ ଘେନି ଆସିଛି

ସବୁରି ମନରେ ନୂଆ ଆଶା ଭରି

ଦେଖ ମକର ଆସିଚି।


ଚାଷୀ ଭାଇ ର ଅଗଣା ରେ ଆଜି 

ସୁନା ର ଲହରୀ ଛୁଟିଛି

ଶସ୍ୟ ଶ୍ୟାମଳ ପୃଥିବୀ ଆମର 

ଖିଲି ଖିଲି ହୋଇ ହସୁଛି।


ଦୁଃଖୀ ମାଆ ର ପୁଅଟି ଆଜି

ସହର ରୁ ଦେଖ ଫେରିଛି

ଆନନ୍ଦ ମନରେ ପୁଅ ପାଇଁ ମାଆ 

କେତେ ପିଠା ପଣା କରୁଛି।


ଭଳିକି ଭଳି ପିଠା ମହକରେ 

ଘର ଦୁଆର ମହକି ଯାଉଛି

ସବୁରୀ ମନରେ ଖୁସି ଦେବା ପାଇଁ

ମକର ଫେରି ଆସିଛି।


ଦୁଆର ମୁଁହକୁ ଆଉଜି ହେଇ 

କୁନି ଝିଅଟି ଚାହିଁ ରହିଛି

ନୂଆ ଜାମା ତାର ଆସିବ ବୋଲି 

ବାପାଙ୍କୁ ଜଗି ବସିଛି।


ସଭିଙ୍କ ମନରେ ଖୁସି ଦେବାକୁ 

ଦେଖ ମକର ଆସିଚି

ଧନୀ କି ଗରୀବ ସଭିଙ୍କ ପାଇଁ 

ଆନନ୍ଦ ନେଇ ଆସିଛ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror