ପରୀ କାହାଣୀ
ପରୀ କାହାଣୀ


କାଳ ହୋଇଲା ପରୀ କାହାଣୀ ଲାଗି
ମୋବାଇଲରେ ଖେଳ,
ପରୀ ଆସି କରି ବଞ୍ଚାଇବ ବୋଲି
ନାବାଳକ ଭାବେ ଭଲ l
ଅନଲାଇନ କ୍ଲାସ ପଢ଼ା ବୋଲି ହିଁ
ମୋବାଇଲ ପୁଅ ପାଇଁ,
ଆଣିଥିଲେ ବାପା ପାଠପଢ଼ା ଧ୍ୟାନେ
ପୁଅ ବିକୃତ ମଣଇ l
ଜାପାନୀ ୱେବ ସିରିଜ କାହାଣୀଟି
ପରୀ ସମ୍ପୃକ୍ତି ଅଟଇ,
ଭଲ ଲାଗେ ତାହା ପିଲାମାନଙ୍କୁ ହିଁ
ଯାଦୁଶକ୍ତି ଭୋଳେ ପାଇ l
ପରୀ ବଞ୍ଚାଇବ ଯାଦୁ ଶକ୍ତି ଦେବ
ଯାଦୁକର ବନାଇବ,
ଅନଲାଇନ ପାଠପଢ଼ା ଦୂରେଇ
ଏ କାହାଣୀ କି ମୋହିବ ?
ପରୀ କାହାଣୀକୁ ଦେଖିବା ଅଭ୍ୟାସ
ଆସ୍ତେ ଆସ୍ତେ ବଢ଼ିଥିଲା,
ସରସ୍ବତୀ ପୂଜା ଦିବସେ ମୁନାର
ସୁନ୍ଦର ଜୀବନ ଗଲା l
ଏଗାର ମହଲା ଆପାର୍ଟମେଣ୍ଟରୁ
ତଳକୁ ଡେଇଁ ପଡ଼ିଲା,
ପରୀ ଆସି କରି ବଞ୍ଚାଇବ ବୋଲି
ମନରେ ହିଁ ଭାବୁଥିଲା l
ଶୁଭିଥିଲା ଏକ ଚି଼କ୍ତlର ଶବ୍ଦ ହିଁ
ମୁନାର ରକ୍ତ ଶରୀର,
ପରୀ କାହାଣୀ ହିଁ ମନ କିଣିନେଲା
ମୂଲ୍ୟ କ'ଣ ଜୀବନର !
ନିଆଯାଇଥିଲା ନର୍ସିଙ୍ଗହୋମକୁ
ପାଖାପାଖି ଅଞ୍ଚଳର,
ତୁରନ୍ତ ଡାକ୍ତର ଦେଖିଥିଲେ ମଧ୍ୟ
ଜୀବନ ନ ଥିଲା ତା'ର l
ମୃତ ଘୋଷଣାରେ ଭାଙ୍ଗି ପଡ଼ିଗଲେ
ପିତା ମାତା ହିଁ ତାହାର,
ପରୀ କାହାଣୀ ମୋ ପିଲାକୁ ଖାଇଲା
ଏ ମୋବାଇଲ ଯୁଗର l
ଖବର ପୃଷ୍ଠାରେ ଏବେ ବି ବାହାରେ
ମୋବାଇଲ ଯୋଗୁଁ କାଳ,
ପରୀ କାହାଣୀରେ ପରୀ କରେ ଯାଦୁ
ପିଲା ଜୀବନେ ବିଫଳ l
ଅଭିଭାବକ ହିଁ ସଚେତନ ହେଲେ
ମିଳିବ ନୂତନ ଶିକ୍ଷା
ବିଜ୍ଞାନ ଯୁଗେ ଏ ଅମୂଲ୍ୟ ଜୀବନ
ଶିଶୁର କର ସୁରକ୍ଷା ।।