ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ
ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ


ଶୁଣିଅଛୁ ଆମେ ବିଜ୍ଞାନ କାହାଣୀ
ଜାଣିଅଛୁ ତା'ର ବଳ,
ପଢ଼ିଅଛୁ ଆମେ ବିଜ୍ଞାନର ପାଠ
ପାଇଅଛୁ ତା'ର ଫଳ l
ଭାବିବାନି ଆମେ ଛୋଟିଆ ପିଲାଙ୍କୁ
ଏଡ଼େ ବକଟେ ଯେ ପିଲା,
କାହାଣୀ କହିକି ଭୁଲେଇଣ ଦେବା
କରିବାନି ମିଛେ ଗେହ୍ଲା l
ଅଳପ ଦିନରେ ବୁଝାଇବା ଆମେ
କେଉଁଟା ଯେ ଭଲ ଭେଲ,
ଶୁଣାଇବା ତାଙ୍କୁ ବିଜ୍ଞାନର କଥା
ଜଣାଇବା ତା'ର ବଳ l
ବହୁ ଗୁଣ କରି ଆକାଶର ଶୋଭା
ତୋଫା ଭାରି ଦିଶୁଥାଏ,
କିଣିନିଏ ସିଏ ସଭିଙ୍କର ମନ
ତାରାମେଳେ ହସୁଥାଏ l
ଉପଗ୍ରହ ହେଲେ ବିଜ୍ଞାନ କହୁଛେ
ମାନେନା ଏଇ ମୋ ମନ,
ମାଆ କହୁଥିଲା ସିଏ କାଳେ ମାମୁଁ
ଦୂର ଆକାଶର ଜହ୍ନ l
ବୁଝାଉଥିଲା ମା ଅଝଟ ହେଲ
େ ମୁଁ
ଜହ୍ନମାମୁଁ ବୋଲି କହି,
ଶୋଇ ଦେଉଥିଲା ଦେଖାଇ ଆମକୁ
ନାନା ବାୟା ଗୀତ ଗାଇ l
ଖୁଆଉ ଥିଲା ମା ଖାଉ ନ ଥିଲେ ମୁଁ
ଜହ୍ନମାମୁଁ ଡାକି ଡାକି,
ମୋ ହାତରେ ଆସି ଅନେକ କହିଛି
ଖସି ପଡ଼ିବା ପାଇଁ କି l
ବଢ଼ାଇଲି ହାତ ଧରିବା ପାଇଁ ମୁଁ
ସିଏ କିନ୍ତୁ ଥିଲା ଦୂର,
ମୋର ଟିକି ହାତେ ଧରା ଦେଲା ନାହିଁ
ଆକାଶରେ ମାରି ଠାର l
ଉଷାରେ ଯାଉଛି ନିଶାରେ ଆସୁଛି
ନୀତିନିୟମକୁ ମାନି,
ଅଟଳ କାହିଁକି ସିଏ ତା'ର ସ୍ଥାନେ
ଏବେ ମୁଁ ପାରୁଛି ଜାଣି l
ବୁଝି ସାରିଲିଣି ଅଝଟ ମୋ ମନ
ଜୀବନର ଗୁଢ଼ ତତ୍ତ୍ୱ,
ରହିଥିଲେ ସିନା ଯିଏ ଯାହା ସ୍ଥାନେ
ବଢ଼ାଇ ତା'ର ମହତ୍ତ୍ୱ l