STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମୋ ସାଇ

ମୋ ସାଇ

1 min
150


ସାଇ ତୁମ ପାଇଁ ଜନ୍ମ ମୋର 

ତୁମ ସେବା ହେଉ କର୍ମ ମୋର

ଜଗତ ପାଇଁ ତୁମେ ଆସି ଥିଲ

ସତ୍ୟ ଧର୍ମ ପଥେ ଆମକୁ ନେଲ

ତୁମ ବିନା କିଏ ଆମ ନିଜର

ତୁମେ ସାଇ ଆମ ଠାକୁର

ତୁମ ଦର୍ଶନ ରେ ଶାନ୍ତି ମିଳେ

ତୁମ ନାମ ନେଲେ ମୁକ୍ତି ମିଳେ

କେତେ ଦୁଃଖି ଙ୍କ ଦୁଃଖ ବୁଝିଲ

ସବୁ ବିପତ୍ତି ରୁ ଉଦ୍ଧାର କଲ

ତୁମେ ସିରିଡ଼ି ସାଇ ରୂପେ ଆସିଲ

ତୁମେ ପୁଣି ସତ୍ୟ ସାଇ ହୋଇଲ

ତୁମ ପାଇଁ ସବୁ ପାଇଛି

ତୁମରି ପାଦ ରେ ନିଜକୁ ରଖିଛି

ତୁମ ନାମରେ ବିତୁ ଜୀବନ ମୋର

ହେ ସାଇ ତୁମେ ମୋ ଅତି ନିଜର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational