STORYMIRROR

Yudhisthira Lenka

Inspirational

5  

Yudhisthira Lenka

Inspirational

ଶରୀରରେ ମହାଭାରତ

ଶରୀରରେ ମହାଭାରତ

1 min
948

ଶରୀରେ ସଦା ଘଟେ ମହାଭାରତ 

ସ୍ଥିର ମନରେ ହେଜ ସୁଜ୍ଞାନୀଚିତ୍ତ ।।୧।।


କୁରୁକ୍ଷେତ୍ରଟି ଯୁଦ୍ଧକ୍ଷେତ୍ରେ ଗଣନ

ଧର୍ମକ୍ଷେତ୍ର ହିଁ ବୁଦ୍ଧେ କହନ୍ତି ଜାଣ ।।୨।।


ଉପସ୍ଥିତ ସେଠାରେ ଯୁଯୁତ୍ସୁଗଣ

କୌରବ ଓ ପାଣ୍ଡବ ଉଭୟ ଜାଣ ।।୩।।


ପ୍ରବୃତ୍ତିଏ ଅଟନ୍ତି କୌରବଗଣ

ନିବୃତ୍ତିଏ ତହିଁଟି ପାଣ୍ଡବଗଣ ।।୪।।


ଦେହରଥେ ଅର୍ଜୁନ ମନ ଅଟଇ

ଭଗବାନ ଶ୍ରୀକୃଷ୍ଣ ବିବେକ ତହିଁ ।।୫।।


ମନ ପ୍ରବୃତ୍ତିଗଣ ଦେଖି ଯୁଦ୍ଧରେ

ଯୁଦ୍ଧ ନଇଚ୍ଛି ରଥେ ଥରେ ଭୟରେ ।।୬।।


ବିବେକ ଯେକାଳେ ଦେଲେ ଉପଦେଶ

ପ୍ରବୃତ୍ତି ସଂହାରି ମହୀ କର ଉଶ୍ୱାସ ।।୭।।


ମନରୁ ସବୁ ଶଙ୍କା ହୋଇଲା ଶେଷ

ଅର୍ଜୁନ ଯୁଦ୍ଧକ୍ଷେତ୍ରେ ହେଲେ ଉଶ୍ୱାସ ।।୮।।


ଇନ୍ଦ୍ରିୟ ଆୟତ୍ତରେ ହରିଶରଣ

ଏକାଗ୍ରେ ନେଲେ ପଥ ଦିଶେ ଉତ୍ତମ ।।୯।।


ପ୍ରବୃତ୍ତି ହେବାରୁ ଭୋଗରେ ନିମଗ୍ନ

ସର୍ବଦା ହୁଅଇ ତାହାର ନିଧନ ।।୧୦।।


ବିବେକ ବଳେ ଯଦି ମନ ଚାଳିତ

କର୍ମଯୁଦ୍ଧେ କର୍ତ୍ତବ୍ୟ କରେ ବିହିତ ।।୧୧।।


ମନ ଚଞ୍ଚଳ ଅଟେ ନାହିଁ ସନ୍ଦେହ

ଅଭ୍ୟାସ ବୈରାଗ୍ଯେ ସେ ହୁଅଇ ଥୟ ।।୧୨।।


ବିବେକ ଆଶ୍ରୟ କଲେ ପାଞ୍ଚମନ

ନିବୃତ୍ତିର ଜୟଟି ନିଶ୍ଚୟ ଜାଣ ।।୧୩।।


କାମନାନ୍ଧ ନିଜର ସୁଖ ଖୋଜଇ

ନିଷ୍କାମୀ କର୍ମ ପର ପାଇଁ କରଇ ।।୧୪।।


ଜନ୍ମାନ୍ଧ ଧୃତରାଷ୍ଟ୍ର ସେ ଅଟେ କାମ

ସାରଥିଟି ଜ୍ଞାନ ସଞ୍ଜୟ ଯା ନାମ ।।୧୫।।


କାମ(ନା) ପୁଚ୍ଛେ ସଞ୍ଜୟେ ଯୁଦ୍ଧସ୍ଥାନର

ପ୍ରବୃତ୍ତି ନିବୃତ୍ତିଙ୍କ ଶୁଭ ଖବର ।।୧୬।।


ବିବେକ ବୋଲେ ତତ୍ତ୍ୱ ମାୟା ମନକୁ

ସଞ୍ଜୟେ ତଥା ଜ୍ଞାନ ତା କାମନାକୁ ।।୧୭।।


ଭଗବତ ଗୀତାରୂପେ ହେଲା ପ୍ରକାଶ

କର୍ମ ସେଥିରେ ଏକା ପ୍ରବୃତ୍ତି ନାଶ ।।୧୮।।



Rate this content
Log in

Similar oriya poem from Inspirational