STORYMIRROR

Kalandi pal

Inspirational

4  

Kalandi pal

Inspirational

କୋଣାର୍କ

କୋଣାର୍କ

1 min
27


କୋଣାର୍କ ହେ ତୁମେ  କଳା କୌଶଳର

     ଶିଳ୍ପୀ ପ୍ରାଣ ରଙ୍ଗ ରସ

କୋଣାର୍କ ହେ ତୁମେ   ଭାବ ପ୍ରବଣର

     କବି ପ୍ରାଣ କଳହଂସ ।।


କୋଣାର୍କ ହେ ତୁମେ   ଉତ୍କଳ ସଂସ୍କୃତି

      ପୂର୍ବ ଗୌରବ ଗାଥା

କୋଣାର୍କ ହେ ତୁମେ   ଚିର ଚାରୁକଳା

      ବିଶ୍ଵ ନୂଆଁଇଛି ମଥା ।।


କୋଣାର୍କ ହେ ତୁମେ   ପ୍ରାତଃ କଞ୍ଜାର

      କଅଁଳ କିରଣ କକ୍ଷ

କୋଣାର୍କ ହେ ତୁମେ  ଚିର ସୋହାଗିନି

     ଉତ୍କଳ ଜନନୀ ବକ୍ଷ ।।


କୋଣାର୍କ ହେ ତୁମେ  ବାଲୁକା ଖଣ୍ଡର

     କୁହୁକ ଅଭୟାରଣ୍ୟ

କୋଣାର୍କ ହେ ତୁମେ ଦିବ୍ୟ ମିତ୍ରାଦିତ୍ୟ

     କାଶ୍ୟପ ପୁତ୍ର ଅରୁଣ ।।


କୋଣାର୍କ ହେ ତୁମେ  କୁନ୍ତୀ ପିଙ୍ଗଳାଙ୍କ

     ଅବସ୍ଥାନେ ଉପଚାର୍ଯ୍ୟ

କୋଣାର୍କ ହେ ତୁମେ  ବିଶ୍ଵ ବ୍ରହ୍ମାଣ୍ଡରେ

     ଭାରତର ସପ୍ତାଶ୍ଚର୍ଯ୍ୟ ।।


କୋଣାର୍କ ହେ ତୁମେ   ସ୍ଵର୍ଣ୍ଣ ତ୍ରିଭୁଜର

      ବ୍ଲାକ ପାଗୋଡା ନାମ

କୋଣାର୍କ ହେ ତୁମେ ଚନ୍ଦ୍ରଭାଗା ପ୍ରେମେ

     ଅପଘନ ଶିହରଣ ।।


କୋଣାର୍କ ହେ ତୁମେ  ବଙ୍ଗୋପସାଗର

      ଉପକୂଳ ଅର୍କ କ୍ଷେତ୍ର

କୋଣାର୍କ ହେ ତୁମେ ଆଉ କା ଭାଷାରେ

     ପୁଣ୍ୟ ଧାମ ପଦ୍ମକ୍ଷେତ୍ର ।।


କୋଣାର୍କ ହେ ତୁମେ   ବିଗତ ଦିନର

      ସମୟ ନିର୍ଘଣ୍ଟ ଘଡି

କୋଣାର୍କ ହେ ତୁମେ   ଚବିଶ ଚକର

     ପାଞ୍ଚ ରଥ ଘୋଡ଼ା ଗାଡ଼ି ।।


କୋଣାର୍କ ହେ ତୁମେ  ଧର୍ମପଦ ବୀର

     ବୀରତ୍ୱର ପ୍ରାଣ ବଳି

କୋଣାର୍କ ହେ ତୁମେ  ବିଶ୍ଵ ଦରବାରେ

     ବିଶ୍ଵ ଐତିହ୍ୟ ସ୍ଥଳୀ ।।


କୋଣାର୍କ ହେ ତୁମେ ଏ ଯୁଗାନ୍ତ କାରୀ

     ଓଡ଼ିଆଙ୍କ ମୁକ ସାକ୍ଷୀ

କୋଣାର୍କ ହେ ତୁମେ  ଇତିହାସ ପୃଷ୍ଠା

     ସ୍ବର୍ଣ୍ଣାକ୍ଷର ସ୍ମୃତି ଲିପି ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational