STORYMIRROR

Kalandi pal

Inspirational

4  

Kalandi pal

Inspirational

ମଶା

ମଶା

1 min
375


ଛୋଟ ଜୀବଟିଏ  ଅନ୍ଧାରରେ ଥାଏ

    ନାହିଁ ତାର ମାଂସ ହାଡ

ଡରନ୍ତି ସମସ୍ତେ ଏ ସଂସାରେ ଯେତେ

    ହେଉ ସାନ ଅବା ବଡ ।।


ନାଳ ନର୍ଦ୍ଦମାରେ   ଅସନା ବଣରେ

    କରିଥାଏ ବସା ସେହି

ଦର୍ପ ଅଟେ ତାର   ଭାରି ବଳିୟାର

   ଚାପୁଡେ ଜୀବନ ନାହିଁ ।।


ଭାବିଦେଲେ ଥରେ ପ୍ରଶ୍ନ ଉଙ୍କିମାରେ

    ଉତ୍ତର ପାଏନି ଖୋଜି

ସତେ କେତେ ଟାଣ ତା ଶୁଣ୍ଢଟି ଜାଣ

   ଚମଡାରେ ଯାଏ ଭେଦି ।।


କେବେ ଡରେ ନାହିଁ ମରଣକୁ ସେହି

   ପହଞ୍ଚିବା ଲକ୍ଷସ୍ଥଳେ

ସର୍ବଦା ସଂଘର୍ଷେ  ଜୀବନ ଦିଏ ସେ 

   କ୍ଷଣିକ ଜୀବନ କାଳେ ।।


ମ୍ୟାଲେରିଆ ପୁଣି ଡେଙ୍ଗୁ ରୋଗ ଘେନି

   ଯାଏ ସେ ଶତ୍ରୁର ପାଶେ

ବଡ ବୁଦ୍ଧିମାନ     ଏ ମଣିଷ ଜାଣ

   ତାର ମାୟା ଜାଲେ ଫଶେ ।।


ବୁଦ୍ଧି ବଳେ ଜିଣେ  ସ୍ବର୍ଗ ପୁର କ୍ଷଣେ

   ଦୈବୀ ଶକ୍ତି ହାର ମାନେ

ଇତର ଜୀବଟେ   କେଡିକି ବକଟେ

   ଶୁଣ୍ଢେ ମଣିଷକୁ ଚୁମେ ।।


ସଂସାରେ ମାନବ ଅଟେ ଶ୍ରେଷ୍ଠ ଜୀବ

    ଆୟତ କରେ ସଭିଙ୍କୁ

ହେଲେ ଡରିଥାଏ  ଏ ଜୀବକୁ ସିଏ

   ଜିତି ପାରେନା ତାହାକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational