Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

3  

Sarojini Mishra

Inspirational

ହୃଦୟର ପରିଭାଷା

ହୃଦୟର ପରିଭାଷା

1 min
149


ହୃଦୟର ପରିଭାଷାକୁ

ଅନ୍ୟମାନଙ୍କ ପାଖରେ ପହଞ୍ଚାଉ ପହଞ୍ଚାଉ

ଖୁସୀ ସାଉଁଟିବାର ନିଶା 

ପୁରାପୁରି ସ୍ୱତନ୍ତ୍ର

ନା ସେଥିରେ ଥାଏ ଶବ୍ଦ

ନା ସେଥିରେ ଥାଏ ପ୍ରତ୍ୟାଶା

ନା ଥାଏ କଷ୍ଟ ।


ହୃଦୟର ପରିଭାଷାକୁ

ଅନ୍ୟମାନଙ୍କ ପାଖରେ ପହଞ୍ଚାଉ ପହଞ୍ଚାଉ

ନିଃଶବ୍ଦ ତରଙ୍ଗ ମାନେ

ମନରେ ଅବ୍ୟକ୍ତ ଅନୁଭବର କମ୍ପନ ହୋଇ

ପିଟି ହୁଅନ୍ତି ହୃଦୟ କାନ୍ଥରେ

ସତେ ଯେମିତି ସୁନ୍ଦର ଆଲୋକ ସଜ୍ଜାରେ

ପାର୍ବଣ ପାଳୁଛି ହୃଦୟ ।


ହୃଦୟର ପରିଭାଷାକୁ

ଅନ୍ୟ ମାନଙ୍କ ପାଖରେ ପହଞ୍ଚାଉ ପହଞ୍ଚାଉ

କାହା ଓଠର ଛୋଟ ଧାରେ ହସ

ମନ ଭିତରେ ଭରିଦିଏ

ଅବ୍ୟକ୍ତ ଆନନ୍ଦର ଲହରୀ ।


ହୃଦୟର ପରିଭାଷାକୁ 

ଅନୁଭବ କରୁ କରୁ

ନା ପରାଜୟର ଗ୍ଳାନି ବ୍ୟଥିତ କରେ

ନା ବିଜୟର ସୁଖ ବିଭୋର କରେ

କେବଳ ---

ହୃଦୟର ଅକୁହା ପ୍ରତ୍ୟୁତ୍ତର

ଆବୋରି ବସେ

କେଉଁ ଆନ୍ତରିଣ ଇଲାକାକୁ ।


ହୃଦୟର ପରିଭାଷା ଆତ୍ମଗତ ହୋଇ

ସ୍ଥିତପ୍ରଜ୍ଞତା ଭିତରେ

କେବଳ ନିଜକୁ ପଚାରେ

ନିଜ ପରିଚୟ _____

ନିଜ ଅନ୍ତଃସତ୍ତା ଭିତରେ

ଖୋଜି ବୁଲେ ନିଜର ଭୁଲ୍ ତ୍ରୁଟିକୁ ।


ହୃଦୟର ନିଃଶବ୍ଦ ପରିଭାଷା

ଯେତେବେଳେ ଅନ୍ୟ ହୃଦୟରେ

ଘର କରି ବସେ___ 

ସେତେବେଳେ ଧନ୍ୟବାଦ ଦିଏ ପ୍ରଭୁଙ୍କୁ __

କୁହେ----

ମଣିଷ ଜନ୍ମ ଦେଇ ଧନ୍ୟ କରିଦେଲ ପ୍ରଭୁ ।

     

   



Rate this content
Log in

Similar oriya poem from Inspirational