STORYMIRROR

Sarojini Mishra

Tragedy

4  

Sarojini Mishra

Tragedy

ହେ କୃଷ୍ଣ ! ଥକି ପଡିଲିଣି

ହେ କୃଷ୍ଣ ! ଥକି ପଡିଲିଣି

1 min
0

ହେ କୃଷ୍ଣ !
ଥକି ପଡିଲିଣି ଏ ସ୍ୱାର୍ଥପର ଦୁନିଆରେ
ଥକି ପଡିଲିଣି ସଂପର୍କ ମାନଙ୍କର
ଅଡୁଆ ସୂତାକୁ
ସଜାଡିବାର ପ୍ରୟାସରେ ।

ଥକି ପଡି ଲିଣି କୃଷ୍ଣ !
ଘରକୁ ବୈକୁଣ୍ଠ କରି
ଗଢିତୋଳିବାର ପ୍ରୟାସରେ
ମାଟି ବୈକୁଣ୍ଠର ସ୍ୱପ୍ନର ଇଲାକାରେ
ଆଜି
ନକାରାତ୍ମକ ଉର୍ଜା ମାନଙ୍କର ଦୌରାତ୍ମ୍ୟ ।

ଥକି ପଡି ଲିଣି କୃଷ୍ଣ !
ଫଳନ୍ତି ବୟସ ମାନେ
ଅପାରଗ ହୋଇ ଯିବା ପରେ
କେତେବେଳେ ବ୍ୟକ୍ତି ବାଣୀ
କେତେବେଳେ ଶବ୍ଦହୀନ ଠାଣି
ପୁଣି
କେତେବେଳେ ବିଶ୍ୱାସର
ଶ୍ଵାସରୁଦ୍ଧ ହେବା ବେଳେ
ଥକି ଗଲିଣି ।

ଥକି ପଡି ଲିଣି କୃଷ୍ଣ !
କାର୍ପଣ୍ୟ ବିହୀନ ଅର୍ପଣର
ସନ୍ତୋଷ ପୁଞ୍ଜି ମାନେ
ସତେ ଯେମିତି କ୍ଷୟ
ହେବାକୁ ବସିଲେଣି
ଅବିଶ୍ୱାସ ସରୁଆ ଗଳିରେ ।

ଥକି ପଡି ଲିଣି କୃଷ୍ଣ !
ବ୍ୟକ୍ତି ଭିତରେ ବ୍ୟକ୍ତିତ୍ୱକୁ
ମଣିଷ ଭିତରେ ମନୁଷ୍ୟତ୍ଵକୁ
ସମାଜ ଭିତରେ ସୁନ୍ଦରତାକୁ
ସଂପର୍କ ଭିତରେ ବୁଝାମଣାକୁ
ଚରିତ୍ର ଭିତରେ ମାଧୁର୍ଯ୍ୟତାକୁ
ମନ ଭିତରେ ବିବେକର ସାରଥୀକୁ
ଖୋଜି ଖୋଜି ----
ସତରେ ଥକି ଗଲିଣି କୃଷ୍ଣ ।
ତେଣୁ,
ଖାଲି ହାତ, ଖାଲି ମନ
ଖାଲି ପଣକୁ ତୋତେ ଅର୍ପଣ କରି
କହୁଛି-
ଏଇ ଥକିବାର ଅନ୍ତ କରି ଦିଅ
ଏଇ ଥକିବାର ଅନ୍ତ କରି ଦିଅ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy