କାହିଁ ମନ ମାନୁନି ?
କାହିଁ ମନ ମାନୁନି ?


ପ୍ରେମ ପୋଇମଞ୍ଚା ପରି ଜଡେଇଥାଏ
ପାଣିକଖାରୁ ଗଛ ପରି ଡେମ୍ଫେଇଯାଏ
ଲାଉ ଡଙ୍କ ପରି ବଙ୍କେଇ ଡଙ୍କେଇଥାଏ
ଜହ୍ନି କାକୁଡି ଲତା ପରି ଗୁଡେଇ ଯାଏ
ଚାଳ ମଥାନ ଡେଇଁ ବଢୁଥାଏ ଛିଡୁଥାଏ
ସବୁଜିମା ଆସୁ ଆସୁ ଯୌବନ ମାଖିନିଏ
ଫୁଲ ଫଳରେ ଭରିଯାଏ ଲଦିଯାଏ ଓହଳିଯାଏ
ବୋଧେ ପ୍ରେମ ଫଳପ୍ରସୁ ଦିଶୁଥାଏ ବାସୁଥାଏ
ପ୍ରେମ ଶରୀର ଡେଇଁ ବ୍ୟାପିଯାଏ
ଶାରୀରିକରୁ ସାଂସାରିକ ମାୟାରେ
ତ୍ୟାଗ ତୀତୀକ୍ଷା ଡେଇଁ ବାମ୍ଫିଥାଏ
ଆଲିଙ୍ଗନରୁ ସ୍ବର୍ଗ ସମ୍ଭୋଗ ବାୟାରେ
ଦେହ ଦେହଳୀ ଅର୍ଗଳି ପାରି
ମନ ଭୂଗୋଳ ଭୂତଳ ସାରି
ସ୍ନେହର ବର୍ଷଣ କ୍ଷରଣ ଚର୍ବଣ ପାଇ
ଚେର ଲମ୍ବାଏ ଡ଼ାଳ ମେଳାଏ ବାଙ୍କ ହଲାଏ
ପ୍ରେମ ବ୍ୟକ୍ତି ସହ ନୁହଁ ବ୍ୟକ୍ତିତ୍ଵ ସହ
ସ୍ନେହ ରୂପ ସହ ନୁହଁ ବ୍ୟବହାର ସହ
ମନ ଧନ ସହ ନୁହଁ ବାର୍ତ୍ତାଳାପ ସହ
ଆତ୍ମା ରତ୍ନ ସହ ନୁହଁ ଅନ୍ତରାତ୍ମା ସହ
ଅତୁଟ ବନ୍ଧନରେ ଛନ୍ଦି ଯାଏ ବାନ୍ଧି ଯାଏ
ଡବଲ ବୁଲ୍ ସିମେଣ୍ଟ ଠାରୁ ବି ମଜବୁତ୍ ହୁଏ
ତେବେ ଅସୁବିଧା ରହିଲା କେଉଁଠି
ତେବେ ସମସ୍ୟା ଫସିଗଲା କେଉଁଠି
ବୁଝିବାରେ ବ୍ୟାଘାତ ହେଲା ନା
ସମର୍ପଣ ଭାବନାରେ କଣ୍ଟ ଆସିଗଲା
ପ୍ରେମ କୁହ ବା ଭଲ ପାଇବା କୁହ
ସବୁ ଭାବନା ଚେତନା ଚୈତନ୍ୟର କଥା
ମନ ଦେବା କୁହ ବା ସ୍ନେହ ଶ୍ରଦ୍ଧା ଅଜାଡ଼ିବା କୁହ
ସବୁ ନୈସର୍ଗିକ ସ୍ୱର୍ଗୀୟ ଅନୁଭୂତିର ବ୍ୟଥା
ପ୍ରଶ୍ନ ପଚାରୁଛି ଭାରତବାସୀ
ପ୍ରେମ ବିବାହରେ କଳହ ବେଶି କି ପାଇଁ ?
<
/p>
ବିବାହ ବିଚ୍ଛେଦ ଦୁଇ ଚାରି ବର୍ଷ ନ ପୁରୁଣୁ
କୋର୍ଟ କଚେରୀ ଧାଇଁଛନ୍ତି କିସ ପାଇଁ ?
ଛୋଟ ଛୋଟ ପିଲାମାନେ ସ୍ନେହ କାଙ୍ଗାଳ
ଧାଈ ଆଈ ହାତରେ ଲାଳିତ ପାଳିତ କି ପାଇଁ ?
ପ୍ରଶ୍ନ ପଚାରୁଛି ପୁଣି ଉତ୍କଳବାସୀ
ଧନ ସଂପଦ ଶିକ୍ଷାରେ ଆଗେ ସେମାନେ
ଚାକିରି ରୋଜଗାର ଯୋଜନାରେ ଆଗୁଆ ମାନେ
ଅଭାବ ଅସୁବିଧା ପାଖ ଛୁଇଁନି ଆର୍ଥିକ ଆସ୍ଥାନେ
ତେବେ ଖଣ୍ଡ ବିଖଣ୍ଡିତ ବୈବାହୀକ ଜୀବନ
ପାଇଁ ଦାୟୀ କିଏ ?
କୈଶୁରେ ପ୍ରେମ ନିବେଦନ
ଯୌବନେ ପରକୀୟା ପ୍ରୀତି ଅଞ୍ଜନ
ସହରେ ନଗରେ ବାନ୍ଧିଲେ ଚାକିରି ଆସ୍ଥାନ
ଲିଭ୍ ଇନ୍ ରିଲେସନ୍ ସହାବସ୍ଥାନ
ବିବାହ ପରି ପବିତ୍ର ସଂପର୍କେ ବିଷୟେ
ସମାଜକୁ ପରିବାରକୁ ତର୍ଜନୀ କ୍ଷେପଣ
ଗୁରୁଜନ ପ୍ରୀୟଜନ ସ୍ୱୀକୃତି ବିନା ଜୀବନ
ବାପା ବୋଉ ବିରୁଦ୍ଧରେ ଯାଇ ରେଜିଷ୍ଟ୍ରେସନ୍
କଉଁ ମନ୍ଦିରେ ଫୁଲମାଳ ଅଦଳ ବଦଳ ପୁଃନ
ଏହା କଣ ବିବାହ ବନ୍ଧନ ଚକ୍ର
ଏହା କଣ ସାତ ଜନ୍ମ ପାଇଁ ବକ୍ର
ଜନ୍ମ ଜନ୍ମାନ୍ତର ପାଇଁ ପରିପୂରକ ତନ୍ତ୍ର
କାହିଁ ମନ ମାନୁନି ?
ବୈଦିକ ମନ୍ତ୍ର ଉଚ୍ଚାରଣ କାହିଁ
ହୋମାଗ୍ନିକୁ ସାକ୍ଷୀ ରଖି ସାତଫେରା ନାହିଁ
ମାଙ୍ଗଳିକ ରୀତି ନିତି ନାଣ୍ଡି ମୁଣ୍ଡି ଶ୍ରାଦ୍ଧ ନାହିଁ
ତୁରୀ ଭେରି ମହୁରୀ ଶଙ୍ଖ ହୁଳୁହୁଳି ନାହିଁ
ହସ ଖୁସିର ଲହରୀ କାହିଁ
ଭୋଜି ଭାତର ପ୍ରହରୀ କାହିଁ
ଭାଉଜ ଭଉଣୀମାନଙ୍କର ମାଛବିକା କାହିଁ
କଷ୍ଟ ତ ହେବ
ଲୁହ ଝରିବ ଅତ୍ମୀୟ ମନେ
ନଷ୍ଟ ତ ହେବ
ପରିବାର ଭାଙ୍ଗିବ ଦିନେ ନା ଦିନେ