STORYMIRROR

Panchanan Jena

Tragedy

4  

Panchanan Jena

Tragedy

କାହିଁ ମନ ମାନୁନି ?

କାହିଁ ମନ ମାନୁନି ?

2 mins
397


ପ୍ରେମ ପୋଇମଞ୍ଚା ପରି ଜଡେଇଥାଏ

ପାଣିକଖାରୁ ଗଛ ପରି ଡେମ୍ଫେଇଯାଏ

ଲାଉ ଡଙ୍କ ପରି ବଙ୍କେଇ ଡଙ୍କେଇଥାଏ

ଜହ୍ନି କାକୁଡି ଲତା ପରି ଗୁଡେଇ ଯାଏ 

ଚାଳ ମଥାନ ଡେଇଁ ବଢୁଥାଏ ଛିଡୁଥାଏ

ସବୁଜିମା ଆସୁ ଆସୁ ଯୌବନ ମାଖିନିଏ

ଫୁଲ ଫଳରେ ଭରିଯାଏ ଲଦିଯାଏ ଓହଳିଯାଏ 

ବୋଧେ ପ୍ରେମ ଫଳପ୍ରସୁ ଦିଶୁଥାଏ ବାସୁଥାଏ


 ପ୍ରେମ ଶରୀର ଡେଇଁ ବ୍ୟାପିଯାଏ

ଶାରୀରିକରୁ ସାଂସାରିକ ମାୟାରେ 

ତ୍ୟାଗ ତୀତୀକ୍ଷା ଡେଇଁ ବାମ୍ଫିଥାଏ

ଆଲିଙ୍ଗନରୁ ସ୍ବର୍ଗ ସମ୍ଭୋଗ ବାୟାରେ

ଦେହ ଦେହଳୀ ଅର୍ଗଳି ପାରି

ମନ ଭୂଗୋଳ ଭୂତଳ ସାରି 

ସ୍ନେହର ବର୍ଷଣ କ୍ଷରଣ ଚର୍ବଣ ପାଇ

ଚେର ଲମ୍ବାଏ ଡ଼ାଳ ମେଳାଏ ବାଙ୍କ ହଲାଏ


ପ୍ରେମ ବ୍ୟକ୍ତି ସହ ନୁହଁ ବ୍ୟକ୍ତିତ୍ଵ ସହ

ସ୍ନେହ ରୂପ ସହ ନୁହଁ ବ୍ୟବହାର ସହ

ମନ ଧନ ସହ ନୁହଁ ବାର୍ତ୍ତାଳାପ ସହ

ଆତ୍ମା ରତ୍ନ ସହ ନୁହଁ ଅନ୍ତରାତ୍ମା ସହ 

ଅତୁଟ ବନ୍ଧନରେ ଛନ୍ଦି ଯାଏ ବାନ୍ଧି ଯାଏ

ଡବଲ ବୁଲ୍ ସିମେଣ୍ଟ ଠାରୁ ବି ମଜବୁତ୍ ହୁଏ


ତେବେ ଅସୁବିଧା ରହିଲା କେଉଁଠି

ତେବେ ସମସ୍ୟା ଫସିଗଲା କେଉଁଠି

ବୁଝିବାରେ ବ୍ୟାଘାତ ହେଲା ନା

ସମର୍ପଣ ଭାବନାରେ କଣ୍ଟ ଆସିଗଲା


ପ୍ରେମ କୁହ ବା ଭଲ ପାଇବା କୁହ

ସବୁ ଭାବନା ଚେତନା ଚୈତନ୍ୟର କଥା

ମନ ଦେବା କୁହ ବା ସ୍ନେହ ଶ୍ରଦ୍ଧା ଅଜାଡ଼ିବା କୁହ

ସବୁ ନୈସର୍ଗିକ ସ୍ୱର୍ଗୀୟ ଅନୁଭୂତିର ବ୍ୟଥା


ପ୍ରଶ୍ନ ପଚାରୁଛି ଭାରତବାସୀ

ପ୍ରେମ ବିବାହରେ କଳହ ବେଶି କି ପାଇଁ ?


ବିବାହ ବିଚ୍ଛେଦ ଦୁଇ ଚାରି ବର୍ଷ ନ ପୁରୁଣୁ

କୋର୍ଟ କଚେରୀ ଧାଇଁଛନ୍ତି କିସ ପାଇଁ ?


ଛୋଟ ଛୋଟ ପିଲାମାନେ ସ୍ନେହ କାଙ୍ଗାଳ

ଧାଈ ଆଈ ହାତରେ ଲାଳିତ ପାଳିତ କି ପାଇଁ ?


ପ୍ରଶ୍ନ ପଚାରୁଛି ପୁଣି ଉତ୍କଳବାସୀ

ଧନ ସଂପଦ ଶିକ୍ଷାରେ ଆଗେ ସେମାନେ

ଚାକିରି ରୋଜଗାର ଯୋଜନାରେ ଆଗୁଆ ମାନେ

ଅଭାବ ଅସୁବିଧା ପାଖ ଛୁଇଁନି ଆର୍ଥିକ ଆସ୍ଥାନେ

ତେବେ ଖଣ୍ଡ ବିଖଣ୍ଡିତ ବୈବାହୀକ ଜୀବନ

ପାଇଁ ଦାୟୀ କିଏ ?


କୈଶୁରେ ପ୍ରେମ ନିବେଦନ

ଯୌବନେ ପରକୀୟା ପ୍ରୀତି ଅଞ୍ଜନ

ସହରେ ନଗରେ ବାନ୍ଧିଲେ ଚାକିରି ଆସ୍ଥାନ

ଲିଭ୍ ଇନ୍ ରିଲେସନ୍ ସହାବସ୍ଥାନ

ବିବାହ ପରି ପବିତ୍ର ସଂପର୍କେ ବିଷୟେ

ସମାଜକୁ ପରିବାରକୁ ତର୍ଜନୀ କ୍ଷେପଣ


ଗୁରୁଜନ ପ୍ରୀୟଜନ ସ୍ୱୀକୃତି ବିନା ଜୀବନ

ବାପା ବୋଉ ବିରୁଦ୍ଧରେ ଯାଇ ରେଜିଷ୍ଟ୍ରେସନ୍

କଉଁ ମନ୍ଦିରେ ଫୁଲମାଳ ଅଦଳ ବଦଳ ପୁଃନ

ଏହା କଣ ବିବାହ ବନ୍ଧନ ଚକ୍ର

ଏହା କଣ ସାତ ଜନ୍ମ ପାଇଁ ବକ୍ର

ଜନ୍ମ ଜନ୍ମାନ୍ତର ପାଇଁ ପରିପୂରକ ତନ୍ତ୍ର

କାହିଁ ମନ ମାନୁନି ?


ବୈଦିକ ମନ୍ତ୍ର ଉଚ୍ଚାରଣ କାହିଁ

ହୋମାଗ୍ନିକୁ ସାକ୍ଷୀ ରଖି ସାତଫେରା ନାହିଁ

ମାଙ୍ଗଳିକ ରୀତି ନିତି ନାଣ୍ଡି ମୁଣ୍ଡି ଶ୍ରାଦ୍ଧ ନାହିଁ

ତୁରୀ ଭେରି ମହୁରୀ ଶଙ୍ଖ ହୁଳୁହୁଳି ନାହିଁ

ହସ ଖୁସିର ଲହରୀ କାହିଁ

ଭୋଜି ଭାତର ପ୍ରହରୀ କାହିଁ

ଭାଉଜ ଭଉଣୀମାନଙ୍କର ମାଛବିକା କାହିଁ


କଷ୍ଟ ତ ହେବ 

ଲୁହ ଝରିବ ଅତ୍ମୀୟ ମନେ

ନଷ୍ଟ ତ ହେବ

ପରିବାର ଭାଙ୍ଗିବ ଦିନେ ନା ଦିନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy