STORYMIRROR

Panchanan Jena

Fantasy

4  

Panchanan Jena

Fantasy

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
11

କବିତା - ତୁମେ ଆଉ ମୁଁ
 ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୫-୨୦୨୬
 ++++++++++++++++
 ସେ ଆଶା ବିଶ୍ୱାସରେ
 ସେ ହୃଦୟ ମନ୍ଦିରରେ
ସେ ସ୍ମୃତି ସଉଧରେ
ଆଜି କୁଢ଼ କୁଢ଼ ମିଳି ଧୂଳି
କାଲି ଯେଉଁଠି ତୁମେ ଆଉ ମୁଁ
 ବାଢୁଥିଲେ ପ୍ରେମ ନୈବେଦ୍ୟ

 ସେ ଆୟତ ଆଖିରେ
ସେ ପାହାନ୍ତା ସ୍ୱପ୍ନରେ
ସେ ଅସରନ୍ତି ରାତିରେ
 ଆଜି ଦାନ୍ତଟିପି ହସୁଛି ନିଦ
 କାଲି ଯେଉଁଠି ତୁମେ ଆଉ ମୁଁ
ରଚୁଥିଲେ ପ୍ରଗାଢ଼ ସଂବାଦ

 ସେ ପ୍ରେମ ସଂପର୍କରେ
 ସେ ଆଦିମ ଅପେକ୍ଷାରେ
ସେ ସ୍ନେହ ଭାବନାରେ
ଆଜି ହୁତୁ ହୁତୁ ଜଳୁଛି ନିଆଁ
କାଲି ଯେଉଁଠି ତୁମେ ଆଉ ମୁଁ
 ବାଣ୍ଟୁଥିଲେ ସ୍ନେହ ସୁଗନ୍ଧ

 ସେ ଅଳପ ଗଳପରେ
 ସେ ମଧୁର ମିଳନରେ
ସେ ବେପଥୁ କମ୍ପନରେ
 ଆଜି ଅପନ୍ତରା ସିଭଳିର ଦସ୍ତକ
କାଲି ଯେଉଁଠି ତୁମେ ଆଉ ମୁଁ
 ପିଉଥିଲେ ଅସରନ୍ତି କୌମୁଦ

 ସେ ଅଫେରା ଅତୀତ
 ସେ ନିୟମିତ ନିୟମ
ସେ ସାତ ଜନ୍ମର ରାଣ
 ଆଜି ଭଗ୍ନ ଶିଳାଲିପି ପରି ପରିତ୍ୟକ୍ତ
କାଲି ଯେଉଁଠି ତୁମେ ଆଉ ମୁଁ
 ମୁଁହୁଥିଲେ ସ୍ବପ୍ନାଞ୍ଜନ ସୁଖଦ


Rate this content
Log in

Similar oriya poem from Fantasy