STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଚିତ୍ରନଦୀର ଛାଇ

ଚିତ୍ରନଦୀର ଛାଇ

1 min
0

କବିତା - ଚିତ୍ରନଦୀର ଛାଇ
 ରଚନା - ପଞ୍ଚାନନ ଜେନା
 ତାରିଖ -୧୮-୦୬-୨୦୨୬
+++++++++++++++++
 ଶୁଣିବେ କି କେହି ?
 ଶୁଣିବେ କହିଲେ କହି ଦିଅନ୍ତି ଛାତି ତଳର ବହି
ମୁଣ୍ଡ ଟୁଙ୍ଗାରି ଦେଲେ ପରଶି ଦିଅନ୍ତି ବ୍ୟଥାର ମଣୋହି

 ଶୁଣନ୍ତେ କି କେହି ?
 ଅବଚେତନ ମନରେ ଭାବନା ଜାଗେ ରହି ରହି

 ସ୍ବପ୍ନ ଦୁଃସ୍ଵନ ଭିତରେ ଛଟ ପଟ ହେବାର କଥା
 ପ୍ରେମ ଅପ୍ରେମ ମଧ୍ୟରେ ପେଶି ହେଉଥିବା ବ୍ୟଥା
ମୋ ଦେହ ନିଗଡ଼ା ଝାଳ ବିନ୍ଦୁ ବି
 କେମିତି ବଦଳିଯାଏ ଅକାତକାତ ରତ୍ନାକର ସିନ୍ଧୁ
ମୋ ମନ ସଂଭୁତା ଭାବନା ତରଙ୍ଗ ବି
 କେମିତି ସର୍ଜନା କରିପାରେ କ୍ରାଇମବ୍ରାଞ୍ଚ ଟିମ୍ ପରି
 ହତ୍ୟା ଜନିତ ସମସ୍ୟାର ପର୍ଦାଫାସ କାଚକେନ୍ଦୁ

 ଶୁଣନ୍ତେ କି କେହି ?
 ଚେତନା ଦୀପ୍ତ ମନ ତଳେ ସୁପ୍ତ ଅଛି ଅନେକ ଗୋହି

 ବସନ୍ତ ଋତୁର ସେହି ଆଦ୍ୟ ଯୌବନର ରଚନାବଳୀ
ଆଷାଢ଼ ଶ୍ରାବଣ ପରି ଲୁହଝରା ଶୂନ୍ୟଲଗ୍ନା ରସାବଳୀ
 ଆମ୍ବ ଡାଳରେ କୋଇଲି ରାଣୀର କୁହୁମିଶା ସ୍ୱନରେ ଅବ୍ୟକ୍ତ ଜପାମାଳୀ ବିଶାଳ ପୃଥିବୀରେ କ୍ଷୁଦ୍ରାତିକ୍ଷୁଦ୍ର ଅର୍ବାଚୀନ ଆଖିରେ
 ଶୂନ୍ୟମୟଙ୍କ ସତ୍ତାର ପୂଜାଥାଳୀ

 ଶୁଣନ୍ତେ କି କେହି ?
ସ୍ପର୍ଶକାତର ଭାବନା ତରଙ୍ଗ ତଳେ ଖେଳୁଥିବା ମହି

 ମଉଳା ଫୁଲର ବି ଥାଏ ଗୋଟେ ଛାତିଫଟା କାହାଣୀ
ମଲାକଇଁର ଚେନାଏ ହସରେ ବି ଲୁଚିଥାଏ ପରାର୍ଦ୍ଦେ ତରୁଣୀ
ଶୁଖିଲା ପତ୍ରର ଶିରା ପ୍ରସିରାରେ ବି ଦିଶୁଥାଏ
ଅତୀତ ଇତିହାସର ଫର୍ଦ୍ଦ ଫର୍ଦ୍ଦ ଅଲିଖିତ ବାଣୀ

 ଶୁଣନ୍ତେ କି କେହି ?
ଭଗ୍ନ ମୁଖଶାଳା ତଳେ ଚାପି ରହିଥିବା ଖଟା ମିଠା ଦହି

 କୈଶୁର ବେଳର ଚପଳଛନ୍ଦ ଲକ୍ଷ ଲକ୍ଷ ପ୍ରତିଶୃତି
ସ୍କୁଲ ବେଳର କାନ୍ଥରେ ଲିଖିତ ଅଘୋଷିତ
ହଜାର ହଜାର ମନ ଭୂଲାଣିଁଆ ଇତିବୃତ୍ତି
କଲେଜ ବେଳର ଫୁଲ ଫଗୁଣର ବାସ୍ନାରେ
 ମନଲଗ୍ନା ମଧୁମାଳତୀ କୁନ୍ଞ୍ଜ ତଳେ ଶହ ଶହ ନୃତ୍ୟରତା ପ୍ରଜାପତି

 ଶୁଣନ୍ତେ କି କେହି ?
 କହିବାର ଅଛି ଅନେକ କିଛି ଶୀକ୍ଷଣୀୟ ସ୍ୟାହି

 ମାତ୍ର ଘୋର ବିଡ଼ମ୍ବନା
 ଶୁଣିବାକୁ ଜଣେ ବି ବ୍ୟକ୍ତି ପାଇଲି ନାହିଁ
 କହିବାକୁ ଅକୁହା କଥା-ବ୍ୟଥାର ଚିତ୍ରନଦୀର ଛାଇ


Rate this content
Log in

Similar oriya poem from Tragedy