STORYMIRROR

Kishore Nayak

Tragedy

3  

Kishore Nayak

Tragedy

୬ଖଣ୍ଡ ବାଉଁଶ

୬ଖଣ୍ଡ ବାଉଁଶ

1 min
240


ଏ ଜୀବନ ୬ଖଣ୍ଡ ବାଉଁଶର ସମାହାର 

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ 

ଅନ୍ତିମ ଶଯ୍ୟାର ଶେଷ ଭୂଖଣ୍ତ 

ଶ୍ମଶାନର ବୁଦା ବୁଦା ଗୁଳ୍ମ ଆଉ ବାଲୁକା ପ୍ରାନ୍ତର 

ସଂସାର ହାଟରେ, ଜୀବନ ବାଟରେ 

ଅଭିନୟ ସାରି 

ମରଣ ଥାଟରେ 

ପୁଣି ଫେରିଯିବାକୁ ହୁଏ 

ସେଇ ଅଫେରା ରାଇଜକୁ 

ଏଇ ଦୁନିଆ ରଙ୍ଗମଞ୍ଚରୁ 

ଚିର ବିଦାୟ ନେଇ 

ପ୍ରିୟ ପରିଜନଙ୍କ ନିର୍ମିତ ପଟୁଆରରେ 

ତ ପୁଣି କେବେ ନିଃସଂଗତାର ଅନୁକମ୍ପା ଆଉ ସାହଚର୍ଯ୍ୟରେ 

ନାଁ ତା'ର କୋକେଇ 

ଚିର ନିଦ୍ରାର ଶେଷ ଆଶ୍ରା 

ପହଞ୍ଚାଇ ଦିଏ ଏ ଜୀବନକୁ ତା ଠିକଣା ବାଟରେ 

ଯେଉଁଠୁ ଆଉ ଫେରିବାର ଆଶା ନାହିଁ 

ଅନ୍ତିମ ଯାତ୍ରାର ଶେଷ ଜୁଇ 

ବଦଳାଇଦିଏ ଏ ଜୀବନର ପରିଚୟ 

ଇଚ୍ଛା ନଥିଲେ ବି 

ଧନ, ଜନ, ଆଭିଜାତ୍ୟ, ପ୍ରତିପତ୍ତିକୁ ଛାଡି 

ନିଜ ଭିତରେ ଥିବା ଗର୍ବ,ଦମ୍ଭ ଆଉ ଅହଂକାରକୁ ବିସର୍ଜନ ଦେଇ 

ଏ ଜୀବନ 

ଖାଲି ହାତେ ଯିବାକୁ ବାଧ୍ୟ୍ୟ ହୁଏ 

ସେଇ ମହାକାଳର ଅଦୃଶ୍ୟ ବଳୟ ଭିତରକୁ 

ସ୍ୱର୍ଗାରୋହଣର ଶବ୍ଦ ବିନ୍ୟାସରେ 

ଅଫେରା ବାଟର ବାଟୋଇ ଟିଏ ହୋଇ l

କୋଠା ବାଡ଼ି ଧନସମ୍ପତ୍ତିର ମୋହକୁ ତ୍ୟାଗ କରି 

ତ ପୁଣି କେବେ ଜୀବନ ସାରା ଯନ୍ତ୍ରଣାର ନିଆଁରେ ଜଳି ଜଳି 

ଆଶା ଆଉ ଅବଶୋଷର ଆତ୍ମଗ୍ଲାନି ଭିତରେ 

ଏ ଜୀବନ ଇହଧାମରୁ ଚିର ବିଦାୟ ନିଏ 

ଶ୍ମଶାନ ବୁକୁରେ ଦେହାବଶେଷ ସ୍ୱରୂପ 

ଛାଡିଦେଇ ଯାଏ ମୁଠାଏ ପାଉଁଶ 

ଆଉ ଏହାହିଁ ସତ୍ୟ l

ଯେଉଁଠି ରାମ ନାମ ସତ୍ୟ 

ହରି ନାମ ସତ୍ୟ 

ସେଠି ମୃତ୍ୟୁ ବି ଧ୍ରୁବ ସତ୍ୟ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy