୬ ଖଣ୍ଡ କାଠରେ ହେବ ସବାରୀ
୬ ଖଣ୍ଡ କାଠରେ ହେବ ସବାରୀ


ଏ ସଂସାର ଦରିରେ
ଜୀବନ ତରୀ
ଧାଉଁଛି ଆଗକୁ
ଆହୁଲା କରି ll
ଏ ଭବ ସାଗରେ
ପାଏନି କାତ
ବେଳ ଅଳପକୁ
ପଥ ବହୁତ ll
ହସ ଲୁହର ଏ
ଜୀବନ ଖେଳ
ଯିବାକୁ ତ ହେବ
ସରିଲେ ବେଳ ll
ଆଶା ଅସୁମାରୀ
&
nbsp; ସପନ କେତେ
ଲିଭିଯାଏ ପୁଣି
ସମୟ ସାଥେ ll
ଆଜି ଯାହା ନୂଆ
କାଲି ପୁରୁଣା
ନିଜେ ଭୁଲିଯାଏ
ନିଜ ଠିକଣା ll
ଏ ଜୀବନ ତରୀକୁ
ନାହିଁ ଭରସା
କେତେବେଳେ ଯିବ
ଡୁବି ସହସା ll
ଅଫେରା ରାଇଜେ
ଯିବ ସେ ଫେରି
୬ ଖଣ୍ଡ କାଠରେ
ହେବ ସବାରୀ ll