STORYMIRROR

Kishore Nayak

Classics

4  

Kishore Nayak

Classics

ସତ ଆଉ ମିଛ

ସତ ଆଉ ମିଛ

1 min
311


ମିଥ୍ୟା କେବେ

      ସତ୍ୟ ସଙ୍ଗେ 

         ନୁହଁଇ ସମାନ 

ମିଥ୍ୟାରେ ତ 

      ଥାଏ ଭରି 

         କ୍ରୁରତା ଅଜ୍ଞାନ ll

ସତ୍ୟ ସଦା 

      ଚିରନ୍ତନ 

         ଆତ୍ମ ସ୍ୱାଭିମାନୀ 

ମିଥ୍ୟା କିନ୍ତୁ 

      ଛଳନାର 

         ବଡ଼ ବେଇମାନି ll

ସତ୍ୟ ଅଟେ 

      ସହୋଦର 

          ଅଟେ ବନ୍ଧୁ ସଖା 

ମିଥ୍ୟା କିନ୍ତୁ 

      ବେଳ ଦେଖି 

          ଦେଇଥାଏ ଧୋକା ll

ସତ୍ୟରେ 

      ବଞ୍ଚିବା ଅଟେ 

          ଶାଶ୍ୱତ ଉପାୟ 

ମିଥ୍ୟା କିନ୍ତୁ 

      ତିଷ୍ଠେ ନାହଁ 

          ଲଭେ ପରାଜୟ ll 

ତିକ୍ତ ସତ୍ୟ 

      କରେ ନାହଁ 

          ମଙ୍ଗଳ କାହାର 

ସେଇ ମିଥ୍ୟା 

     ମିଥ୍ୟା ନୁହେଁ 

          ରଖେ ପ୍ରାଣ ଯା'ର ll

ମିଥ୍ୟା କେବେ 

     ଦିଏ ନାହଁ 

          ମନରେ ପ୍ରଶାନ୍ତି 

ପଦେ ପଦେ 

     ଥାଏ ଭୟ 

          ଆଶଙ୍କା ଅଶାନ୍ତି ll

ସତ୍ୟ ପଥେ 

      ଚାଲିବାଟା 

          ଅଟେ ଟିକେ କଷ୍ଟ 

ଫଳ ତା'ର 

      ଦିନେ କିନ୍ତୁ 

           ହୁଏ ଭାରି ମିଷ୍ଟ ll

ଚରିତ୍ର

      ଅଭ୍ୟାସ ଯଦି 

           ହୁଏ ସତ୍ୟଗତ 

ସହଜ 

      ସୁନ୍ଦର ହୁଏ  

           ଏ ଜୀବନର ପଥ ll

ମିଥ୍ୟା ସାଜେ 

      ବେଳେ ବେଳେ 

           ବିଶ୍ୱାସଘାତକ 

ସତ୍ୟ କିନ୍ତୁ 

      ବିତରଇ 

           ଆସ୍ଥା ଓ ବିବେକ ll    

ମିଥ୍ୟା ରଚେ 

       ଷଡଯନ୍ତ୍ର 

           କରେ ହୀନ ଚିନ୍ତା 

ସତ୍ୟ କିନ୍ତୁ 

       ବିଶ୍ୱାସର 

           ଆଶ୍ରୟ ଦେବତା ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics