STORYMIRROR

Kishore Nayak

Classics

3  

Kishore Nayak

Classics

ପ୍ରବୃତ୍ତିର ଲୁଚକାଳି

ପ୍ରବୃତ୍ତିର ଲୁଚକାଳି

1 min
178


ନାହିଁ ଏଠି ଆଉ

      ମୁକ୍ତି ତୀର୍ଥରେ 

          ମୋକ୍ଷ ପ୍ରାପ୍ତିର ଆଶା 

ମନଟା ଯେଉଁଠି 

      କଳୁଷ ପୁଞ୍ଜର 

          ବୁଢିଆଣୀ ଜାଲ ବସା ll


ପ୍ରକୃତି ଯେଉଁଠି 

     ପ୍ରବୃତ୍ତି ପ୍ରଲୁବ୍ଧ 

          କାମନାର ପେଣ୍ଠସ୍ଥଳୀ 

ବିବେକ ତ ଏଠି 

      ପ୍ରବୃତ୍ତି ପାଖରେ 

          ନିମିଷକେ ପଡେ ବଳି ll


ମନସ୍କାମ ଯଦି 

      ନ ହୁଏ ପୂରଣ 

          ଦେବତା ନୁହଁନ୍ତି ଭଲ 

ପ୍ରଭୁଙ୍କ ଆଶିଷ 

      ଲଭିବାକୁ ଏଠି 

          ନିତି ହୁଏ ମୂଲଚାଲ ll


ଅହଂକାର ଏଠି 

      ନୀରବ ଠାଣିରେ  

          ନିଜକୁ ଦେଖାଏ କେତେ 

ଛପି ରହିଥାଏ 

      ତଥାପି କାମନା 

          ଭକତି ଅନ୍ତର ଚିତ୍ତେ ll


ନିଜର ଦୁର୍ଭାଗ୍ୟ  

      ଅସଫଳତାରେ  

          ଦେବତା ହୁଅନ୍ତି ଦୋଷୀ 

ଏତେ ଡାକି ତାଙ୍କୁ 

      କି ଲାଭ ମିଳିଲା 

           ମିଳିଲାଯେ କେଉଁ ଖୁସି? ll


ଆସକ୍ତି, କାମନା  

       ବିକୃତ ଭାବନା 

           ନାହିଁ ତା'ର ଏଠି ଅନ୍ତ 

ପ୍ରବୃତ୍ତି ଫାଙ୍କରେ 

       ଖସିବାକୁ ଏଠି  

           ନିତି ଚାଲେ କସରତ ll


ଲୋଭ ମୋହ ମାୟା 

      ପ୍ରକୃତି ପ୍ରବୃତ୍ତି 

           ମନକୁ ବିକୃତ କରେ 

ଧର୍ମ ନାମେ ଏଠି 

      କେତେଯେ ଛଳନା 

           ବଖାଣିଲେ ନ ସରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics