STORYMIRROR

Kishore Nayak

Classics

3  

Kishore Nayak

Classics

ମୁଁ ଆଉ ମୋର

ମୁଁ ଆଉ ମୋର

1 min
140


'ମୁଁ' ଆଉ 'ମୋର'

ମିଛ ଅହଂକାର 

କେବେ କେବେ ପୁଣି 'ମୁଁ' ନୁହେଁ 'ମୋର' ll 


ମିଛ ଆଭିଜାତ୍ୟ 

ମିଛ ପ୍ରତିପତ୍ତି 

ସବୁଠି ଖାଲି ମିଛର ରାଜୁତି ll 


ଆଶାର ନିରାଶ 

ଡାକିଆଣେ ରୋଷ 

ମନେ ଭରିଦିଏ କ୍ଷୋଭ ଅସନ୍ତୋଷ ll


ନିଜ ମନ ଏଠି 

ନୁହଁଇ ନିଜର 

ମନ ପରେ ନାହିଁ ନିଜ ଅଧିକାର ll


ଶଙ୍କା ଆଶଙ୍କା ଏ 

ଜୀବନର ବାଟ 

ନିତି ଚାଲେ ଏଠି ହଟଚମଟ ll


କେବେ ତ ପ୍ରଶଂସା 

କେବେ ପୁଣି ନିନ୍ଦା 

ଏ ଜୀବନ ଅଟେ ଏକ ଗୋଲକ ଧନ୍ଦା ll


ହସ ଲୁହ ଭରା 

ଏ ସଂସାର ଗତି 

ବେଳେ ବେଳେ ଏଠି ଲାଗେ ଭାରି ଭୀତି ll


ଅସାର ଜୀବନ 

ପଥ ବହୁଦୂର 

ସମୟ ସୁଅରେ ଶୁଖିଲା ପତର ll


ମିଛ ଅଭିମାନ 

ମିଛ ରାଗ ରୁଷା 

ମିଛ ଆତ୍ମଗର୍ବ ସ୍ୱାର୍ଥନ୍ୱେଷୀ ଆଶା ll


ମାୟାର ରଜ୍ଜୁରେ 

ବନ୍ଧା ଏ ସଂସାର 

ସବୁ ଥାଇ ପୁଣି 'ମୁଁ' ନୁହେଁ 'ମୋର' ll 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics