STORYMIRROR

Raja Sekhar CH V

Classics Inspirational Others

3  

Raja Sekhar CH V

Classics Inspirational Others

ସତ୍ୟସ୍ୱରୂପା ଅପରାଜିତା

ସତ୍ୟସ୍ୱରୂପା ଅପରାଜିତା

1 min
222

ହେ ମାଁ ବରଦା ବେଦମାତା,

ହେ ମାଁ ବିମଳା ମହାଶ୍ୱେତା,

ସକଳ ଲୋକରେ ତୁମେ ଅର୍ଚ୍ଚିତା,

ତୁମେ ସତ୍ୟସ୍ୱରୂପା ଅପରାଜିତା !!


ତୁମେ ଆମ ସିଦ୍ଧିଦାତ୍ରୀ,

ତୁମେ ଆମ ବୁଦ୍ଧିଦାତ୍ରୀ,

ତୁମେ ଆମ ବରଦାତ୍ରୀ,

ତୁମେ ଆମ ବିଦ୍ୟାଦାତ୍ରୀ ।୧।


ତୁମେ ଆମ ମହାବିଦ୍ୟା ଗାୟତ୍ରୀ,

ତୁମେ ଯେ ମେଧାସମ୍ପନ୍ନ ସାବିତ୍ରୀ,

ଚଉଷଠି କଳାର ତୁମେ ଅଧିଷ୍ଠାତ୍ରୀ,

ନବରାତ୍ରି ପର୍ବ ପାଳିଲେ ଆମ ଧରିତ୍ରୀ |୨|


ପ୍ରାଜ୍ଞତାର ତୁମେ ହେଲ ଜନ୍ମଦାତ୍ରୀ,

ବିଦ୍ୟାର୍ଥୀଜନ ଚାହଁନ୍ତି ତୁମ ମୈତ୍ରୀ,

ବ୍ରହ୍ମଜ୍ଞାନ ବିଜ୍ଞତାର ତୁମେ ନେତ୍ରୀ,

ତୁମେ ଆମ ଜଗବନ୍ଦ୍ୟା ଜଗଦ୍ଧାତ୍ରୀ |୨|


ହେ ମାଁ ବରଦା ବେଦମାତା,

ହେ ମାଁ ବିମଳା ମହାଶ୍ୱେତା,

ସକଳ ଲୋକରେ ତୁମେ ଅର୍ଚ୍ଚିତା,

ତୁମେ ସତ୍ୟସ୍ୱରୂପା ଅପରାଜିତା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics