ସାର୍ଥକ ଜୀବନ
ସାର୍ଥକ ଜୀବନ
ବଞ୍ଚିବାର ଅଛି କେତେ ଯେ କାରଣ,
ପୁଣି ଅଛି ଅନେକ ପ୍ରକାର ବାରଣ,
ଅତୀତକୁ ବାରମ୍ବାର କରିକି ସ୍ମରଣ,
ହଜାଇବାର ନାହିଁ ଜୀବନର ସ୍ଫୁରଣ ।
ଜୀବନର ଅଛି ଏକକ ଲକ୍ଷଣ,
ଆଗକୁ ଆଗକୁ ଯାଏ ଅନୁକ୍ଷଣ,
ହୁଏ ନିଜ ପର ସହ ସମ୍ଭାଷଣ ,
ସାର୍ଥକ ସମ୍ବାଦକୁ କରନ୍ତୁ ବରଣ ।
ନିତିଦିନ ଆଶାକିରଣ ଆଣନ୍ତି ସୁବର୍ଣ୍ଣକାନ୍ତ ରବିକିରଣ,
ଅନବରତ ପ୍ରୟାସରୁ ନିଶ୍ଚିତ ହେବ ଲକ୍ଷ୍ୟର ପୂରଣ,
ସଦ୍ଭାବ ସଦାଚରଣ ସହ ଯାଚନ୍ତୁ ଛନ୍ଦାଚରଣଙ୍କ ଶରଣ,
ସୁନିଶ୍ଚିତ ଦିଶିବ ନିଖୁଣ ନୈପୁଣ୍ୟର ନାନା ସଫଳ ମେଳଣ ।
ଦୈନନ୍ଦିନ ସାମନାକୁ ଆସନ୍ତି ନାନା ରଣ,
ସହିକି ନିୟନ୍ତ୍ରିତ ରଖିବାକୁ ହେବ ଆଚରଣ,
ଦୁନିଆ ନିରନ୍ତର ମାଗିବ ଦକ୍ଷତାର ପ୍ରମାଣ,
ଏକକ ସମୁନ୍ନତ ବ୍ୟକ୍ତିତ୍ୱ ହେବାର ନିୟନ୍ତୁ ପଣ ।