STORYMIRROR

Raja Sekhar CH V

Abstract Classics Inspirational

4  

Raja Sekhar CH V

Abstract Classics Inspirational

ସଚଳ ଦେଉଳ

ସଚଳ ଦେଉଳ

1 min
255


କଳାମାଣିକ ମଣ୍ଡିତ ବିମଣ୍ଡିତ କରିଲେ ସଚଳ ଦେଉଳ,

ବଡଦାଣ୍ଡରେ ବୃଦ୍ଧି ହେଲା ପୂଜକ ଉପାସକଙ୍କର ଚହଳ,

ନନ୍ଦିଘୋଷ ରଥଟଣାରୁ ବଢିଲା ଆରାଧକଙ୍କ ମନୋବଳ,

କାଳିଆସୁନାଙ୍କ ସୁନାବେଶ ଦେଖିବାକୁ ହେଲେ ବ୍ୟାକୁଳ ।


ଦିଶୁଛି କେବଳ ରାଜରାଜେଶ୍ୱରଙ୍କ ଭବ୍ୟଦର୍ଶନର କୁତୂହଳ,

ସ୍ୱର୍ଣ୍ଣାଭରଣରେ ସମଳଙ୍କୃତ ହେଲେ ଶ୍ୟାମସୁନ୍ଦର ଶ୍ୟାମଳ,

ଶୁଭିଲା ଜୟଶୀଳ ଜଗନ୍ନାଥଙ୍କ ଜୟ ଜୟକାରର କୋଳାହଳ,

ଭାବଗ୍ରାହୀଙ୍କ ହେତୁ ଭାବଭକ୍ତିରେ ଭକ୍ତଜନ ହେଲେ ଛଳଛଳ।


ଚକାନୟନଙ୍କ ଦିବ୍ୟଦର୍ଶନରୁ ନୟନ ହେଲେ ନିର୍ମଳ,

ସୁବର୍ଣ୍ଣପୁରୀର ସ୍ୱର୍ଣ୍ଣ ଅନୁଭବରୁ ଭକ୍ତ ହେଲେ ବିହ୍ୱଳ,

ଚକାଡୋଳାଙ୍କ ଶ୍ରୀକ୍ଷେତ୍ର ସ୍ୱୟଂ ଏକକ ସୁନ୍ଦର ଅଞ୍ଚଳ,

ରଥଯାତ୍ରାରୁ ନାମୀ ରହିବ ନୀଳାଚଳିଆଙ୍କ ନୀଳାଚଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract