STORYMIRROR

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ଅନୁରୋଧ ଅଭ୍ୟର୍ଥନା

ଅନୁରୋଧ ଅଭ୍ୟର୍ଥନା

1 min
154

ଏହି ଅନୁରୋଧ ଅଭ୍ୟର୍ଥନା

ରହୁଛି ଅହରହ,

ଅହର୍ନିଶ ରହୁ ଶ୍ରୀଜୀଉ

ଶ୍ରୀବିଗ୍ରହଙ୍କ ଅନୁଗ୍ରହ।


ସତତ ମିଳୁ ଥାଉ ଅନନ୍ତ

ବାସୁଦେବଙ୍କ ସ୍ନେହ,

ଶ୍ରୀନାଥ ଶ୍ରୀଜଗନ୍ନାଥଙ୍କ

ଅନୁକମ୍ପା ମିଳୁ ପ୍ରତ୍ୟହ।


ଶ୍ରୀକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରେ

ପହଞ୍ଚିଲେ ଅପାର ଅସୀମ ଜନସମୂହ,

ଶ୍ରୀରଙ୍ଗନାଥଙ୍କ ରମ୍ୟ ରଥୋତ୍ସବ ଲାଗି

ବଢିଲା ଉପାସକଙ୍କ ଉତ୍ସାହ ।


ସଚଳ ନନ୍ଦିଘୋଷ ରଥାଙ୍ଗଙ୍କ ଘର୍ଘରନାଦ

ଆଣିଲା ଭକ୍ତିସାଗରର ପ୍ରବାହ,

ସୁଚାରୁ ରୂପେ ରଙ୍ଗାଧର କରିଲେ

ଶଙ୍ଖକ୍ଷେତ୍ରରେ ଘୋଷଯାତ୍ରାର ନିର୍ବାହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract