ବ୍ରହ୍ମଚୈତନ୍ୟସ୍ୱରୂପିଣୀ
ବ୍ରହ୍ମଚୈତନ୍ୟସ୍ୱରୂପିଣୀ


ବ୍ରହ୍ମଚୈତନ୍ୟସ୍ୱରୂପିଣୀ ହେଉଛନ୍ତି ବରଦାତ୍ରୀ ହଂସବାହିନୀ,
ବିଜ୍ଞତା ବିଚାରଶକ୍ତି ପ୍ରଦାନ କରନ୍ତି ବୁଦ୍ଧିଦାତ୍ରୀ ବିଦ୍ୟାଦାୟିନୀ,
ସଙ୍ଗୀତ ସାହିତ୍ୟର ହେଉଛନ୍ତି ସୁଗମ ବାରମାସୀ ତରଙ୍ଗିନୀ, ,
ବାଗ୍ଦାନ ବଚନବିନ୍ୟାସର ହେଉଛନ୍ତି ଯିଏ ଚିରସ୍ଥାୟୀ ବାହିନୀ ।
ମହାଶ୍ୱେତାଙ୍କ ଅନୁକମ୍ପାରୁ ପ୍ରୟୋଜନୀୟ ହୁଏ ଲେଖନୀ,
ସକଳ କଳା ଜଗତରେ ହେଉଛନ୍ତି ପରିଚୟର ପ୍ରଦାୟିନୀ,
ସତ୍ୟନିଷ୍ଠ ବିଦ୍ୟାର୍ଥୀଙ୍କୁ ଦେଖିକି ବୀଣାପାଣି ହୁଅନ୍ତି ସୁହାସିନୀ,
ତ୍ରିଭୁବନରେ ଭୁବନେଶ୍ୱରୀ ହେଉଛନ୍ତି ବନ୍ଦନୀୟ ଶୁଭଦର୍ଶିନୀ ।