STORYMIRROR

Trushna Das

Abstract Inspirational Others

5  

Trushna Das

Abstract Inspirational Others

ହେ ନଈ

ହେ ନଈ

1 min
454

ହେ ନଈ

କେତେ କାଳରୁ ବହି ଚାଳିଛ ତୁମେ, ତାର ହିସାବ ନାହିଁ 

କଳ କଳ ନାଦ କରି

ପ୍ରବାହିତ ହେଉଛ ଅହରହ ଦିନ ରାତି ଧରି।। 


ହେ ନଈ,

ଯାଉ ନାହଁ କି ତୁମେ ଥକି

କେତେ ଦୂରରୁ ପ୍ରବାହିତ ହୋଇ 

ଆମ ତୃଷ୍ଣା ମେଣ୍ଟାଇବା ପାଇଁ।। 


ହେ ନଈ 

ପ୍ରବାହିତ ହୋଇ ହେଉଛ ତୁମେ ଯୁଗ ଯୁଗ ଧରି 

କେତେ ଐତିହାସିକ ଘଟଣାର ତୁମେ ମୁକ ସାକ୍ଷୀ 

ତାର ହିସାବ ଯେ ଆଉ ନାହିଁ।। 


ହେ ନଈ, ପାହାଡ଼ କନ୍ୟା ତୁମେ 

ହେଲେ ନ ଥାଏ ଗର୍ବ ତୁମ ମନେ

ହସି ଖେଳି ବୁଲି ବହି ଯାଅ ତୁମେ

କେତେ ଯେ ଦୂର ଅଙ୍କାବଙ୍କା ପଥେ।  


ହେ ନଈ 

ତୁମଠାରୁ ଆନେକ କଥା ଶିଖିବାକୁ ଅଛି 

ଚଞ୍ଚଳ କିଏ ବା ତୁମ ପରି

ଯିଏ ବର୍ଷ ବର୍ଷ ଧରି 

ଚାଲୁଛି ବହି ହସି ହସି।।


ହେ ନଈ, ତୁମେ ବହି ଯାଉଥାଅ

ମିଳନ ପାଇଁ ସାଗର ସହ

କେତେ ଖୁସିରେ କଳ କଳ ନାଦରେ ଗାଉ ଥାଅ ଗୀତ

ରଖି ନିଜ ମନକୁ ଶୀତଳ।। 


ହେ ନଈ, ତୁମେ ତ ମାଆ ପରି

ନିଜ କୋଳରେ କେତେ ପ୍ରାଣୀଙ୍କୁ ରଖିଛ ଧରି

କେତେ ଯେ ପ୍ରାଣୀଙ୍କର ଭରଣ ପୋଷଣ କରି

ହୋଇ ଯାଅ ତୁମେ ମନେ ମନେ ଖୁସି।।


ହେ ନଈ, ତୁମେ ମେଣ୍ଟାଇ ଥାଅ ତୃଷ୍ଣା ଜୀବ ଜଗତର 

ନିଜ କୂଳରେ ଚାଷ ପାଇଁ ଉର୍ବର ମୃତ୍ତିକା କରି ଥାଅ ସଞ୍ଚୟ

କେଉଟ, କୈବର୍ତ୍ତର ହୋଇ ଥାଅ ଜୀବନ ନିର୍ବାହର ମାଧ୍ୟମ 

ତୁମେ ପରା ମରୁଭୂମିର ମରୀଚିକା ଦୂର କରି ଥାଅ।।


ହେ ନଈ, ତୁମେ ଯେ କରିଥାଅ କେତେ ଉପକାର

ତାହା କି ବୁଝି ପାରୁଛି ଏ ଜୀବ ଜଗତ

କରି ଚାଲିଛି ତୁମକୁ କଳଙ୍କିତ

ଫିଙ୍ଗି ନାନା ଅପରିଷ୍କାର।।


ହେ ନଈ, ତଥାପି ତୁମେ କିଛି ନ କହି ରହି ଥାଅ ଚୁପ୍ 

ଯେତେବେଳେ ହୋଇ ଥାଅ ଅତିରିକ୍ତ ଅପରିଷ୍କାର 

ଜୀବ ଜଗତକୁ ଚେତାଇବା ପାଇଁ ନେଇ ଥାଅ ଉଗ୍ର ରୂପ ବନ୍ୟାର

ସୁଧାରି ପାଇଁ କରି ଥାଅ ଆହ୍ୱାନ।। 


ହେ ନଈ, ତୁମେ ଜୀବ ଜଗତକୁ ବାର୍ତ୍ତା ପ୍ରଦାନ କରିଥାଅ 

ଅଳସୁଆ ନ ହୋଇ ହୁଅ କର୍ମ ଚଞ୍ଚଳ 

ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ

ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।।


Rate this content
Log in

Similar oriya poem from Abstract