STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ସମୟ

ସମୟ

1 min
1.3K

ସମୟ ଧାଉଁ ଥାଏ 

ଅମାନିଆ ଘୋଡା ଟାପୁରେ

ତା ସହ ଜୀବନର ରଥ ଗଡି ଚାଲି ଥାଏ 

କେଉଁ ଅଜଣା ପଥରେ।


ସମୟ ସହ ତାଳ ଦେବାକୁ ଯାଇ 

ଜୀବନ ଯାଉ ଥାଏ ଧାଇଁ 

ହେଲେ ଏମିତି ଧାଇଁ ଧାଇଁ 

ସେ ହରାଇ ବସେ କେତେ ସମ୍ପର୍କ ଓ ସପନକୁ

ସବୁ ଦିନ ପାଇଁ।


ସମୟ ଅଟକି ଯାଏ ନାହିଁ 

କେବେ କାହାରି ପାଇଁ 

ସେ ତ ଲଗାମ ଛଡା ଘୋଡାଟି

କାହା କଥା ଶୁଣିବ କଣ ପାଇଁ।


ସମୟ ନୁହେଁ ଯେ କାହାରି

ସେ ତ ସ୍ୱାଧୀନ ପକ୍ଷୀଟି

ଉଡୁ ଥାଏ ଡେଣା ମେଲାଇ 

ତାକୁ ଧରି ପାରିବା ସହଜ କି ।


ସମୟ ଏମିତି ଏକ ଶିକ୍ଷକ

ଦିଏ ଶିକ୍ଷା ଚିର ଦିନ ପାଇଁ 

ଚାଲି ନ ପାରିଲେ ତା ସହ ତାଳ ଦେଇ 

ହରେଇ ବସିବ ସବୁ କିଛି ସବୁ ଦିନ ପାଇଁ।


ସମୟର ଲଗାମକୁ ନିଜ ହାତରେ 

ଯିଏ ଧରି ପାରେ

ସବୁ ମୁହୂର୍ତ୍ତରେ ସିଏ ଯେ

ବିଜୟ ହୁଏ ଜୀବନ ଯୁଦ୍ଧରେ।


ସମୟର ସଦୁପଯୋଗ କରିପାରିଲେ

ଜୀବନ ହୁଏ ସଫଳ ଯେ

ସମୟ ସହ ଜୀବନ ମଧ୍ୟ

ନାମ ଯେ ରହି ଯାଏ ହୋଇ ଅମର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract