ମୁହାଣ ସାଗର ନଦୀର ମିଳନ
ମୁହାଣ ସାଗର ନଦୀର ମିଳନ
ସେ ଯେ ପାହାଡୀ କନ୍ୟା
ବହି ଯାଇ ସାଗରେ ମିଶିବା ତାର ଧର୍ମ ପରା
ନାମ ତାର ଅନେକ
ନଦୀ, ନଈ ,ସ୍ରୋତସ୍ୱତୀ, ସରିତ ।
ପ୍ରକୃତିର ଖେଳ ଦେଖ
ସାଗର ଓ ନଦୀର ମିଳନ
ଲୁଣଯୁକ୍ତ ସହ ମଧୁର ଜଳର ସଂଗମ
ସୃଷ୍ଟି କରନ୍ତି ମୁହାଣ ।
କେତେ ଦୂରରୁ ପାହାଡ ପର୍ବତ ଡେଇଁ
ବହି ଆସି ଥାଏ ନଈ
କେତେ ସମତଳ ଦେଇ
କେବଳ ତାର ସାଥୀ ସାଗର ସହ ମିଳନ ପାଇଁ ।
କଳ କଳ ନାଦ ଅରି ନଈ
ଯେତେବେଳେ ବହି ଆସି ମହୋଦଧିରେ ମିଶଇ
ଭୁଲି ଯାଇ ନିଜ ଧର୍ମ ସାଗରକୁ ଆଲିଙ୍ଗନ କରଇ ।
ନଦୀ ପରା ପ୍ରେମ ପାଗଳୀ
ସାଗର ଜୁଆରରେ ମିଶି ଜୁଆରିଆ ଟିକେ ହୁଅଇ
ହେଲେ ସର୍ବଦା ଗର୍ଜୁ ଥିବା ସାଗର
ନଦୀ ସହ ମିଶି ହୁଅଇ ଅପେକ୍
ଷା କୃତ ଶାନ୍ତ ।
ମୁହାଣରେ ନଦୀ ଓ ସାଗରର ମିଳନ
ହେଲେ ସାଗର ନିଜ ମର୍ଯ୍ୟଦାରେ ରହି କରି ନାହିଁ ସୀମା ଉଲଘଂନ
ନିଜେ ଲୁଣିଆ ହୋଇ ମଧ୍ୟ ନଦୀର ଜଳକୁ ରଖିଛି ମଧୁର ।
ନଦୀ ଓ ସାଗରର ମିଳନ
ବିଚିତ୍ର ପ୍ରକୃତିର ଏ ବିଧାନ
ମାଆ ଶକ୍ତି ଓ ପ୍ୟଭୁ ଶିବଙ୍କର ମିଳନ
ହୁଅଇ ଏକ ପବିତ୍ର ସ୍ଥଳ ।
ମୁହାଣରେ ମିଳଇ
ମଧୁର ଓ ଲୁଣିଆ ସବୁ ପ୍ରକାରର ମୀନ
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର
ନଦୀ ଓ ସାଗର ପରସ୍ପରକୁ ଦିଅନ୍ତି ସମ୍ମାନ ।
ମୁହାଣ ହୁଅଇ ଦର୍ଶନୀୟ ସ୍ଥାନ
ଝାଉଁ ବଣ ଦିଶଇ ପାଖ ପାଖ
ପର୍ଯ୍ୟଟକଙ୍କୁ କରଇ ଆକର୍ଷଣ
ଆସନ୍ତି ନୌକାରେ କରିବା ପାଇଁ ଦର୍ଶନ
ନଦୀ ଓ ସାଗରର ମିଳନ ପରା ଯୁଗ ଯୁଗର ।