STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ଜଳ

ଜଳ

1 min
228

ମନୁଷ୍ୟ ଶରୀର ପଞ୍ଚଭୂତରେ ଗଢା

ସେଇ ପଞ୍ଚଭୂତ ରେ ଜଳ ଗୋଟିଏ ପରା

ଜଳର ମୁଁ କି ବା କରିବି ବର୍ଣ୍ଣନା 

ଯେତେ କଲେ ବି ସେତକ ଉଣା।


ନାହିଁ ଜଳର ରଙ୍ଗ

ହେଲେ ସେ ରଙ୍ଗେଇ ଯାଏ ପାଇ ଅନ୍ୟର ସ୍ପର୍ଶ 

ସେ ଆକାର ହୀନ 

ହେଲେ ଅଙ୍କେଇ ବଙ୍କେଇ ବହିଯାଏ ବହୁ ଦୂର।


ଜଳର ଅନେକ ରୂପ

କେତେବେଳେ ସେ ତରଳ

ତ ପୁଣି କେତେବେଳେ ସେ ବାଷ୍ପୀଭୂତ 

ତ ପୁଣି ସେ କେତେବେଳେ ହିମ।


ଏକସ୍ତରୀ ଭାଗର ଧରା

ଏହି ଜଳରେ ପରା ଗଢା

ଜଳ କେତେବେଳେ ଶୀତଳ ଥଣ୍ଡା 

ପୁଣି ଗ୍ରୀଷ୍ମର ତାପରେ ହୁଏ ତାତଳା।


ଜଳର ବିନା ଜୀବନ ଅଧୁରା 

ଜଳ ପରା ମେଣ୍ଟାଏ ତୃଷ୍ଣା 

ଜଳ ଯୋଗାଇ ଥାଏ ଖାଦ୍ୟ 

ଜଳ ଶରୀରକୁ କରି ଥାଏ ସୁସ୍ଥ।


ଜଳର ଉତ୍ସ ଅନେକ 

ବର୍ଷା, ଝରଣା, ନଦୀ, ନାଳ, କୂପ, ସାଗର

ସବୁରୁ ମିଳି ଥାଏ ଜଳ

ସେ ପୁଣି ଅନେକ ଜୀବ ଜନ୍ତୁଙ୍କର ବାସ ସ୍ଥଳ।


ଜଳର ସ୍ୱାଦ ମଧ୍ୟ ଅନେକ ପ୍ରକାରର 

ସେ କେଉଁଠି ମଧୁର

ତ ପୁଣି ସେ କେଉଁଠି ଲୁଣଯୁକ୍ତ

କେତେବେଳେ ସେ ଶୀତଳ ତ ପୁଣି କେତେବେଳେ ଗରମ।


ଜଳ ହିଁ ଜୀବନ

ପୁଣି ଜଳ ସାଜି ଥାଏ ଜୀବନ ନାଶ

ଏ ସବୁ ଜଳର ଅଭିନୟ

ବନ୍ୟା, ମରୁଡି ଆଦିର ସେ ହିଁ ତ ହିରୋ।


ଜଳ ପ୍ରଦୂଷଣ ହେଲେ 

ମହାମାରୀ ଆଉ ଅନେକ ରୋଗ ଆସେ

ଜଳ ଅଭାବରେ ଜୀବଜଗତ ଓ ପ୍ରକୃତି ରାଣୀ କାନ୍ଦେ 

ଜଳର ସ୍ପର୍ଶରେ ଧରା ଶସ୍ୟଶ୍ୟାମଳା ହୁଏ। 


ଜଳକୁ ନ କରି ପ୍ରଦୂଷିତ 

ଚାଲ କରିବା ତାର ସଂରକ୍ଷଣ 

ଜଳ ଯେ ଅମୂଲ୍ୟ ସମ୍ପଦ 

ଏହା ମନେ ରଖି କରିବା ତାର ସଦୁପଯୋଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract