STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ପବନ

ପବନ

1 min
377

ଏ ଯେ ପବନ

ତାର ରୂପ ଅନେକ 

କେତେବେଳେ ଧିର ଶାନ୍ତ

ତ ପୁଣି କେତେବେଳେ ସେ ଉଗ୍ର।


ପବନ, ସେ ତ ଅଦୃଶ୍ୟ

ଦେଖି ହୁଏ ନାହିଁ ସତ

ହେଲେ ତାର ରୂପକୁ କରି ହୁଏ ଅନୁବ

ଅଦୃଶ୍ୟ ହୋଇ ମଧ୍ୟ ଆମ ଭିତରେ ଅବସ୍ଥିତ।


ପବନ ଋତୁ ସହ ବଦଳାଏ ରୂପ

ଗ୍ରୀଷ୍ମ କାଳେ ଝାଞ୍ଜି ଉତ୍ତପ୍ତ

ବର୍ଷା କାଳେ ହାଲୁକା ଥଣ୍ଡା ତ

ପୁଣି ଶୀତ କଳେ ବରଫ ପରି ଶୀତଳ

ବସନ୍ତ କାଳେ ମୃଦୁ ମଳୟ।


ଏ ପବନର ମନ କଥା 

ବୁଝିବା କଷ୍ଟ ପରା

ସେ ପରା ଅମାନିଆ 

ନିଜ ଇଚ୍ଛାରେ କରଇ କାମ ପରା।


ପବନ ବହୁ ଥାଏ ଅହରହ 

ଅଟକି ଯିବା ନୁହେଁ ତା ଧର୍ମ

ତା ବିନା ଜୀବନ ଅସମ୍ଭବ 

ସେ ପରା ଜୀବନର ସୃଷ୍ଟିର ଅଂଶ।


ପବନ ତ ଜୀବନ

ପୁଣି ସେ କେତେବେଳେ ନେଇ ଯାଏ ଜୀବନ

କେତେବେଳେ ସେ ସୁନ୍ଦର 

ତ ପୁଣି କେତେବେଳେ ସେ ଭୟଙ୍କର।


କାଳ ବୈଶାଖୀ, ଝଡରେ ତାର ଉଗ୍ର ରୂପ 

ମନ ଜୀବନକୁ କରେ ଥର ଥର

କେତେବେଳେ ନୌକା ତା ମାଧ୍ୟମରେ ଭାସେ ତ

ପୁଣି ବେଳେ ବେଳେ ସେ ବୁଡାଇ ଦିଏ ଜାହାଜ।


ପବନ ଅନଳକୁ ଜଳାଏ

ପୁଣି ସେ ନିଜେ ହିଁ ଲିଭାଏ

ଏ ପବନର କେମିତି ଲୀଲା 

ବୁଝିବ କିଏ ବା।


କେତେବେଳେ ଫୁଲର ମହକ 

ବୁଣି ଦିଏ ଚତୁର୍ଦିଗ 

ପୁଣି ନିଜେ ହିଁ ଝଡେଇ ଦିଏ ପତ୍ର ଫୁଲ 

ସମୀର ର ଏ ଶାନ୍ତ 

ଏବଂ ଉଗ୍ରରୂପ ବୁଝିବା କଷ୍ଟକର।


ପବନ ପ୍ରକୃତି ରାଣୀର ପୁଅ

ଜୀବନ ସଞ୍ଚାର ମାଧ୍ୟମ 

ଧରାକୁ କରାଏ ଶସ୍ୟଶ୍ୟାମଳା 

ସେ ତ ଜୀବନର ପଞ୍ଚ ଭୂତ ମଧ୍ୟରେ ଗୋଟିଏ ପରା

ଜୀବନ ପାଇଁ ସେ ପରା ଲୋଡା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract