STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ବନ୍ଧୁତା ଓ ପ୍ରେମ

ବନ୍ଧୁତା ଓ ପ୍ରେମ

1 min
354

ବନ୍ଧୁତା ଓ ପ୍ରେମ ମଧ୍ୟରେ 

ପ୍ରଭେଦ ଅନେକ ଯେ

ପ୍ରେମରେ ଆଖିରୁ ଲୁହ ଝରେ 

ତ ବନ୍ଧୁତାରେ ମୁଖରେ ହସ ଫୁଟେ ।। 


ବନ୍ଧୁତାରେ ଥାଏ ଭଲ ପାଇବା

ନିଃସ୍ୱାର୍ଥପର ଭାବନା 

ପରସ୍ପର ପ୍ରତି ଶ୍ରଦ୍ଧା 

ଆଉ ବିପଦ ଆପଦର ସାଥି ପରା ।। 


ପ୍ରେମ ସତ ନା ମିଛ

ଚିହ୍ନିବା କଷ୍ଟକର ପାଠ 

ମିଛ ପ୍ରେମରେ ଥାଏ ଛଳନା, ପ୍ରତାରଣା 

ସତ ପ୍ରେମରେ ଥାଏ ବିଚ୍ଛେଦର ଦୁଃଖ ପରା ।। 


ବନ୍ଧୁତାରେ ଗଢି ଉଠିଥିବା ସମ୍ପର୍କରେ 

ଥାଏ ଗଭୀରତା ଏତେ

ଯେଉଁଠି ନ ଥାଏ ସନ୍ଦେହ ଟିକେ

ସେ ଯେ ବିଶ୍ୱାସର ଗନ୍ତାଘର ସତେ ।। 


ପ୍ରେମ ଯେ ସନ୍ଦେହରେ ଭରା

ଥାଏ ସବୁବେଳେ ଭାଙ୍ଗିବାର ସମ୍ଭାବନା 

ଟିକିଏ ସନ୍ଦେହ ଥରାଇ ଦିଏ ପ୍ରେମର ଅସ୍ତିତ୍ୱ 

ବେଳେବେଳେ ପ୍ରେମକୁ ଭାଙ୍ଗି କରି ଦିଏ ଚୁରମାର ।।


ବନ୍ଧୁତାରେ ସବୁ କଥା ଖୋଲି କହି ହୁଏ 

ହେଲେ ବେଳେବେଳେ ପ୍ରେମକୁ କହି ହୁଏ ନି ସବୁ କଥା ଯେ

ପ୍ରେମରେ ହରାଇବା ଡର ଥାଏ 

ହେତେ ବନ୍ଧୁତା ସବୁ ପରିସ୍ଥିତିରେ ଥାଏ ସାଙ୍ଗରେ ।।


ବନ୍ଧୁତାରୁ ସୃଷ୍ଟି ହେଲେ ପ୍ରେମ

ହୋଇ ଯାଏ ସେ ଅମର

ଜୀବନ ହୁଏ ପରିପୂର୍ଣ୍ଣ 

ଥାଏ ଗଭୀର ବିଶ୍ୱାସ ଓ ଆପଣାପଣ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract