STORYMIRROR

Dharitri Das

Abstract Inspirational

5  

Dharitri Das

Abstract Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
560

ଆସଗୋ ବଉଳ ଆସ ସଙ୍ଗାତ

ଭସାଇ ଦେବାଗୋ ଆମେ ବୋଇତ।

କାର୍ତ୍ତିକ ପୂର୍ଣ୍ଣିମା ଆଜି ଆସିଛି

ସାଧବ ପୁଅଙ୍କ ସ୍ମୃତି ଜାଗିଛି।।

ପୂରୁବ କାଳରେ ହୋଇ ପ୍ରବାସୀ

ବଣିଜ କରନ୍ତି ଭାରତ ବାସୀ।

କାର୍ତ୍ତିକେ ଯାଇ ଆଷାଢ଼େ ଫେରନ୍ତି

ଧନରତ୍ନ ସହ ଆନନ୍ଦେ ଆସନ୍ତି।।

ଏଥିରୁ କିଛିଟା ଆମେ ଶିଖିବା

ସାଧବ ପୁଅଙ୍କ କଥା ଜାଣିବା।

ଆଶ୍ୱିନ ପୂର୍ଣ୍ଣିମା ବାସୀ ଦିନଠୁ

କାର୍ତ୍ତିକ ବ୍ରତକୁ ପାଳି ସେବେଠୁ।।

ରାଇ ଦାମୋଦର ପୂଜା କରନ୍ତି

ହବିଷାନ୍ନ ଖାଇ ଦିନ କାଟନ୍ତି।

ସୂର୍ଯ୍ୟୋଦୟ ପୂର୍ବରୁ କରି ସ୍ନାନ

ହରିହରଙ୍କୁ କରିଲେ ଦରଶନ।।

କାର୍ତ୍ତିକ ମହାତ୍ମ୍ୟ ଗାଇଲେ କଣ୍ଠ

ପାତକ ନାଶିଣ ଯିବା ବୈକୁଣ୍ଠ।

ବିନା କାର୍ତ୍ତିକେ ଯେତେ ଧରମ

ନଥାଏ ତାହାର କିଛି ମରମ।।

ହିଂସାକୁ ତ୍ୟାଗ କରିବା ନିମିତ୍ତ

ନିରାମିଷ ଭୋଜନେ ଆପ୍ୟାୟିତ।

ହୋଇ କରିବା ଧରମ ଅର୍ଜନ

ହରି ନାମକୁ କରିଣ କୀର୍ତ୍ତନ।

ମୁରୁଜେ ଆଙ୍କିବ ନାନା ଆକୃତି

ସୁନ୍ଦର ଦିଶିବେ ମା' ବୃନ୍ଦାବତୀ।।

ପୂର୍ଣ୍ଣିମା ଦିନ ବ୍ରତ ଉଦ୍ ଯାପନ

କରିବା ବିଧେୟ ଜାଣନ୍ତି ଜନ।

କାର୍ତ୍ତିକ ପୂର୍ଣ୍ଣିମା ଦେଵ ଦର୍ଶନ

ଆନନ୍ଦ ହୁଅନ୍ତି ଜଗତଜନ।।

ଖେଚୁଡ଼ି ଡାଲମା ଖିରି ସହିତେ

ତରଣ ବାଣ୍ଟନ୍ତି ଜଗତ ହିତେ।

ତାକୁ ଖାଇ ସର୍ବେ ହୁଅନ୍ତି ଖୁସି

କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract