ଜନନୀ
ଜନନୀ


ଜନନୀ ମା ଜନ୍ମ ଭୂମି ସ୍ଵର୍ଗାଦପି ଗରୀ... ୟସୀ
ମା’... ଧରିତ୍ରୀ
ଅନ୍ତର ମୋର ବ୍ୟାକୁଳି ଉଠେ
ତୋହର ପରଶ ପାଇଁ..
ଗାଉଛି ତୋର ଅନ୍ତରେ ଗୀତ
ପୂରୁବ ଜନମ ପାଇଁ ।
ଗାଇବି ନୀତି ସକାଳ ସଂଜେ
ଅନ୍ତରେ କୀର୍ତ୍ତି ତୋହର...
ଅନ୍ତର ମୋର ପବିତ୍ର ହେବ
ଶୁଣି ଯେ ନାମ ତୋହର ।
ଜୟ ଜନନୀ ଉତ୍କଳ ଭୂମି
ପବିତ୍ର ବକ୍ଷ ଯାହାର ...
ସେକୋଳେ ମୋର ଜନମ ହେଉ
କାଳ-କାଳ ଚିର-ଚିର ।
ଦେଖିଛି ତୋର ବଣ -ପାହାଡ଼
ବିଲ-ବନ ଗୁହା-ଦରି...
ବୁଲିଛି କେତେ ତୋ କୋଳେ ହସି
ନାଚ-ଗୀତ ଗାଇ ଗାଇ ।
ଜନନୀ ମା’ ଜନ୍ମ ଭୂମି ସ୍ଵର୍ଗାଦପି ଗରୀୟସୀ...
ମା’.... ଧରିତ୍ରୀ ....।
ସୁନ୍ଦରତାର ତୁ ଗନ୍ତାଘର
ସକଳ ଦେଶର ରାଣୀ
ତୋ କୋଳେ ଯେତେ ସନ୍ତାନ ଛନ୍ତି
ପବିତ୍ର ତାଙ୍କର ବାଣୀ ।
ତୁ ଆମ ଉତ୍କଳ ଜନନୀ
ଜନନୀ ମା ଜନ୍ମ ଭୂମି ସ୍ଵର୍ଗାଦପି ଗରୀୟସୀ
ମା’... ଧରିତ୍ରୀ.....
ଉତ୍କଳ ଜନନୀ ।
ମସ୍ତକେ ଜାର ସୋହୁଛି ଟୀକା
ସତ ସତ ମନ୍ଦିର ର...
ସେହି ଜନନୀ ଉତ୍କଳ ଭୂମି
ସ୍ୱର୍ଗ ଠାରୁ ବଡ଼ ମୋର ।
ପବିତ୍ର ଭାରତ ମାତାର...
ପବିତ୍ର ଭାରତ ମାତାର...
କୋଟି ସନ୍ତାନ ଚରଣେ ତୋର
କରୁଛନ୍ତି ନମସ୍କାର...
ଆଶିଷ ଦିଅ-ଆଶିଷ ଦିଅ
ମାଆ... ମନେ ତାଙ୍କର ।
ତୁହି ଜନନୀ ଉତ୍କଳ ଭୂମି ସ୍ଵର୍ଗ ଠାରୁ ବଡ ମୋର
ସ୍ଵର୍ଗ ଠାରୁ ବଡ଼ ମୋର....
ସୁଜାତ *