କଥା ଟିଏ କହୁଁ କହୁଁ
କଥା ଟିଏ କହୁଁ କହୁଁ
ଘରକୁ ସୁନ୍ଦର ଘରଣି ଦିଶେ
ହୋଇଥିଲେ ସଜ ସ୍ୱାମୀକୁ ରସେ
ଶାହି ପଡ଼ିଶାଙ୍କ ଆଖିକୁ ଲାଗେ
ସ୍ୱାମୀର ଇଜତ ବଢ଼ଇ ବେଗେ
ଘର ପରିମଳ ରୋଷେଇ ଘରୁ
ଗାଁଆ ପରିମଳ ଧୋବା ତୁଠରୁ
ଘରର ସଂସ୍କାର ସନ୍ତାନ ପାଶେ
ଘରର ଇଜତ ଦୁହିତା ରୂପେ
ଧନ ଦଉଲତ ଯେତେ ବା ଥିଲେ
ପାଠ-ଶାଠ ବାବୁ ଯେତେ ପଢିଲେ
ଅମୁଲେ ମୂଲ ଟି ତାହାର ନାହିଁ
କହିବାକୁ ଲୋକ କଥାଟି ଏହି
ଧନୀ ନୁହେଁ ଧନ ଥିଲେ ତାହାର
ନିର୍ଧନୀ ମୁଖେ ନ ଦେଲେ ଆହାର
ଅଳପ ଧନେ ଯେ ଧନ ବାଂଟଇ
ଧନୀ ପରା ଅଟେ ସଂସାରେ ସେହି
ନାରୀଙ୍କି ସୁନ୍ଦର ଲଜ୍ୟା ରହିଲେ
ଅଳଙ୍କାର ତାର ସୁଗୁଣ ଥିଲେ
ଆଭୂଷଣ ନୁହେଁ ଅଳଙ୍କାର ତାର
ପରିପାଟି ନୁହେଁ ସୌନ୍ଦର୍ଯ୍ୟ ତାର
ଯାହା ସଂସ୍କୃତି ତାହା ପାଇଁ ଭଲ
ପର ସଂସ୍କୃତି ନ କର ସିୟୁକାର
ପାଶ୍ଚାତ୍ୟ ସଂସାରୁ ଆସୁଛି ଯାହା
ତାଙ୍କ ପରିବେଶ ପାଇଁ କି ରାହା
ସ୍ୱ ଧର୍ମେ ହେଲେ ନିନ୍ଦା ଶ୍ରେଷ୍ଠ
ପର ଧର୍ମ ହେବ ଭୟା ଭୟ
ସ୍ଵଭାଵ ନକର ପ୍ରୀତି ସମ୍ଭାର
ଜ୍ଞାନ ଅଛି ଯେତେ କର ଆହାର