STORYMIRROR

Sujat Kumar Sahoo

Abstract

3  

Sujat Kumar Sahoo

Abstract

କଥା ଟିଏ କହୁଁ କହୁଁ

କଥା ଟିଏ କହୁଁ କହୁଁ

1 min
320

ଘରକୁ ସୁନ୍ଦର ଘରଣି ଦିଶେ

ହୋଇଥିଲେ ସଜ ସ୍ୱାମୀକୁ ରସେ

ଶାହି ପଡ଼ିଶାଙ୍କ ଆଖିକୁ ଲାଗେ

ସ୍ୱାମୀର ଇଜତ ବଢ଼ଇ ବେଗେ

ଘର ପରିମଳ ରୋଷେଇ ଘରୁ

ଗାଁଆ ପରିମଳ ଧୋବା ତୁଠରୁ

ଘରର ସଂସ୍କାର ସନ୍ତାନ ପାଶେ

ଘରର ଇଜତ ଦୁହିତା ରୂପେ 

ଧନ ଦଉଲତ ଯେତେ ବା ଥିଲେ

ପାଠ-ଶାଠ ବାବୁ ଯେତେ ପଢିଲେ

ଅମୁଲେ ମୂଲ ଟି ତାହାର ନାହିଁ

କହିବାକୁ ଲୋକ କଥାଟି ଏହି

ଧନୀ ନୁହେଁ ଧନ ଥିଲେ ତାହାର

ନିର୍ଧନୀ ମୁଖେ ନ ଦେଲେ ଆହାର

ଅଳପ ଧନେ ଯେ ଧନ ବାଂଟଇ

ଧନୀ ପରା ଅଟେ ସଂସାରେ ସେହି

ନାରୀଙ୍କି ସୁନ୍ଦର ଲଜ୍ୟା ରହିଲେ

ଅଳଙ୍କାର ତାର ସୁଗୁଣ ଥିଲେ

ଆଭୂଷଣ ନୁହେଁ ଅଳଙ୍କାର ତାର

ପରିପାଟି ନୁହେଁ ସୌନ୍ଦର୍ଯ୍ୟ ତାର

ଯାହା ସଂସ୍କୃତି ତାହା ପାଇଁ ଭଲ

ପର ସଂସ୍କୃତି ନ କର ସିୟୁକାର

ପାଶ୍ଚାତ୍ୟ ସଂସାରୁ ଆସୁଛି ଯାହା

ତାଙ୍କ ପରିବେଶ ପାଇଁ କି ରାହା

ସ୍ୱ ଧର୍ମେ ହେଲେ ନିନ୍ଦା ଶ୍ରେଷ୍ଠ

ପର ଧର୍ମ ହେବ ଭୟା ଭୟ

ସ୍ଵଭାଵ ନକର ପ୍ରୀତି ସମ୍ଭାର

ଜ୍ଞାନ ଅଛି ଯେତେ କର ଆହାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract