ଆଦ୍ୟାଶକ୍ତି ମାଆ
ଆଦ୍ୟାଶକ୍ତି ମାଆ
ମାଆ ତୁ ଯେ ମମତାର
ପ୍ରୀତି ଭରା ମନ୍ଦିର
ତୋର ସେବା କରି ଯାଉ
ଏ ଜୀବନ ମୋହର ।
ଆଦ୍ୟ ସୂର୍ଯ୍ୟାଲୋକ ତୁହି
ଦେଖାଇଛୁ ଜୀବନେ ,
ତୋ ଶରୀର ସୁଦ୍ଧା ଆଣି
ଦେଇଛୁ ମୋ ଅଧରେ ।
ଆଦ୍ୟ ଉଷ୍ମ ପାଇଛି ମୁଁ
ଶରୀରରୁ ତୋହର ,
ଆଦ୍ୟ ସ୍ନେହ ମମତାର
ତୁ ଅଟୁ ଗନ୍ତାଘର ।
ଆଦ୍ୟରେ ମୁହଁକୁ ମୋର
ଦେଖିଛି ତୋ ନୟନେ ,
ଆଦ୍ୟରେ ମୁଖକୁ ତୋର
ଦେଖିଛି ମୋ ନୟନେ ।
ଅସହ୍ୟ ଯନ୍ତ୍ରଣା ତୋର -
ଯେତେ ତୁଚ୍ଛ ମଣିଛୁ ,
ଆଦ୍ୟ କୋଳ ଦେଇ ମୋର
କଷ୍ଟ ନିବା...ରିଛୁ ।
ଧନ୍ୟ ତୋ ଜୀବନ ମାଆ,
ଧନ୍ୟ ତୋ ଜୀବନ ,
ସନ୍ତାନର ସୁଖ ପାଇଁ
କରୁ ବଳି...ଦାନ ।
କୋଟିଏ ଜନ୍ମର ସେବା
ଫଳ ଦେଲେ ତୋ..ତେ ,
ସୁଝି ନ ପାରିବି ମୁଁ ତ
ରୁଣ ତୋର ଯେ... ତେ ।
