ମହତ ବୋଲି
ମହତ ବୋଲି


ଧନ ଅହଂକାର ଗର୍ବ କାହିଁକି
ଗଲାବେଳେ କିଛି ନେବୁ ନାହିଁଟି ।
କହିଥିଲେ ଭଲ, ବାଣ୍ଟିଥିଲେ ଭଲ
ସଂସାରେ ବୋଲିବେ ଭଲ ଲୋକଟି ।
ଜୀବନେ ଅର୍ଜିଛୁ ଧନ ଜେତକ
ଖାଇବ ଗଢ଼ାଇ ସେ ସବୁତକ ।
ଖଣ୍ଟ-ଖଣ୍ଟୁଆଳ ସବୁ ମାତିବେ
ଗୋଡ଼ାଇ ଗୋଡ଼ାଇ ତୋତେ ଖାଇବେ ।
ଆସିଥିଲୁ ଯେ ଖାଲି ହସ୍ତ ହୋଇ
ଗଲାବେଳେ ଯିବୁରେ ଶୂନ୍ୟ ହୋଇ ।
ଅଢ଼େଇ ଦିନର ସଂସାର ପାଇଁ
ବଢିମା ଦେଖାଉ ତୁ ଏତେ କାଇଁ ।
ନେଇ ନାହିଁ କେହି ତୁ ନେବୁ ନାହିଁ
ବୁଣିଥିଲେ ଦାୟୀ ହେବୁରେ ବାଇ ।
ସେହି ଗଣ୍ଠି ଧନ ହେବ ତୋହର
ଗଲାବେଳେ ଯିବ ସାଥିରେ ତୋର ।
ଜନେ ବୋଲ
ିବେ ଆହା ଚାଲିଗଲା
ଭଲ ଲୋକ ଥିଲା ଦଇବ ନେଲା ।
ନଥିଲା ସେ ତାର, ଥିଲା ଆମର
ଦଇବ ହେଲା ଏଡ଼ିକି ନିଷ୍ଟୁର ।
ଖଇଚା କରି ଅର୍ଜି-ଥିଲେ ଧନ
ପଛେ ବୋଲୁଥିବେ କଟୁ ବଚନ ।
ଗଲାବେଳେ କେହି ସାଥି ନ ଥିବେ
ମଲା-ଗଲା ବୋଲି ସେ ବୋଲୁଥିବେ ।
ଖାଦ୍ୟ ଲୋଡ଼ା ବାବୁ ବୟବ ପାଇଁ
ନୁହେଁ ଲୋଡ଼ା ସିଏ ରସନା ପାଇଁ ।
ଜିହ୍ଵା ପାଇଁ ଯେବେ ଲୋଡ଼ିବୁ ତାକୁ
ବଇଦ ଖାଇବ ଧନ ସବୁକୁ ।
ବଚନେ ଦରିଦ୍ର ନ କର ବପୁ
ଧନେ ବଢିମା ନ ଦେଖାଅ କାକୁ ।
ଜନତାରେ ଦେଇ ମିଠା ବଚନ
ଧନ ନ ଥାଇ ହୁଅ ଧନୀ ଜନ ।।