ମୁଁ ରାବଣ କହୁଛି
ମୁଁ ରାବଣ କହୁଛି


ମୁଁ ବିଂଶ ଲୋଚନ ରାବଣ ଭାଷଇ
ଲ-ଙ୍କେସ ଦଶାନନ
ମୋହ ଠାରୁ ଯିଏ ଶୁଦ୍ଧ ଜନ ଅଛ
କର ମୋ ଶରୀର ଦହନ ।
ଥିଲି ବ୍ରହ୍ମଜ୍ଞାନୀ ପୁରାଣ ବିଜ୍ଞାନୀ
ବ୍ରହ୍ମବେତା ଶାସ୍ତ୍ରଜ୍ଞାତା
ମୋହଠାରୁ ଯିଏ ଶୁଦ୍ଧ ଜନ ଅଛ
ଲଗାଅ ଶରୀରେ ଚିତା ।
ରାକ୍ଷସ କୂଳରେ ଜନମ ମୋହର
ସ୍ଵଭାଵ ରୁକ୍ଷ ମୋ ଥିଲା
ମୋର ଜନତାଙ୍କ ସୁଖ ସମ୍ପଦାରେ
ଜୀବନ ମୋ ବିତିଥିଲା ।
ନ୍ୟାୟ ଦେଉଥିଲି ଜନତାଙ୍କୁ ମୋର
ନ୍ୟାୟେ ରଖିଥିଲି ଦେଶ
ନ୍ୟାୟବନ୍ତ କିଏ ଅଛ ମୋହଠାରୁ
ଦିଅ ମୋତେ ଉପଦେଶ ।
ଜନକ ନନ୍ଦିନୀ ଶ୍ରୀରାମ ଘରଣୀ
ଚୋରାଇ ଥିଲି ଯେ ଦିନେ
ମନରେ ମୋ ଭାବ କୁଶ୍ଚିତ ନଥିଲା
&
nbsp; ଥିଲା ମୋ ମୁକ୍ତି ଯେ ମନେ ।
ମୋହ ଠାରୁ ବଳି ଶୁଦ୍ଧ ଭାବାପର୍ଣ୍ଗ
ଅଛ କେ ତୁମ ମଧ୍ୟରେ
ସଂଯୋଗ କର ଅଗ୍ନି ମୋ ଶରୀରେ
ତେବେ ନିଶ୍ଚେ ସ୍ୱ ହସ୍ତରେ ।
ଯେଣୁ ଶୋକ ମନେ ନହେବ ସୀତାରେ
ରଖିଲି ଅଶୋକ ବନେ
ମନ ଶାନ୍ତି ହେବ ଭାବିଲି ମନରେ
ରଖିଲି ପୁଷ୍ପ ବନରେ ।
ଆଜି ପରା ତୁମେ ଚୋରାଇ ଅବଳେ
କରୁଛ ଜଘନ୍ୟ କର୍ମ
ଅପରାଧୁ ବଳି ଅପରାଧ କର
ନ କହିବା ମୋର ଧର୍ମ ।
କରି ନ ଥିଲି ଯେ ନାରୀ ଠାରେ କେବେ
ନିନ୍ଦନୀୟ ବ୍ୟଭିଚାର
ଥିଲା ବାହୁ ବଳ ଧନର ସମ୍ବଳ
ମନେ ନ ଥିଲା କୁବିଚାର ।
ତୁମ ପରି ଜନ ଦେଖି କାନ୍ଦେ ମନ
ଧନ ମତେ ମତିମାନ
ମାତୃ ଜାତି ଆଜି ନ୍ୟାୟ ନ ପାଆନ୍ତି
କାନ୍ଦି ହାରନ୍ତି ଜୀବନ ।
ତେଣୁ ମୋହଠାରୁ ନ୍ୟାୟବନ୍ତ ଯିଏ
ଲଗାଅ କାୟେ ଅନଳ
ନତୁବା ବିମୁଢ ଦେଖାଇ ବଢିମା
ଲଗାଅ କାହିଁ ଅନଳ ।