STORYMIRROR

Pabitra Sahu

Classics Inspirational Thriller

4  

Pabitra Sahu

Classics Inspirational Thriller

କଇଁ

କଇଁ

2 mins
528


ପୋଖରୀ ରେ ଫୁଟିଅଛି

         କଇଁ ଫୁଲଟିଏ

ଦେଖି ତା'ର ରୂପ ରଙ୍ଗ

        ମନ ହଜି ଯାଏ। 

ନାଲି ନାଲି ପାଖୁଡ଼ାରେ

        ହସୁଅଛି କଇଁ

ଭ୍ରମର ତା' ପାଖକୁ 

       ଆସୁଅଛି ଧାଇଁ। 

ଅନେଇ ରୁହନ୍ତି ଯିଏ 

        ଗାଧଉ ଥାଆନ୍ତି

ତା'କୁ ତୋଳିବାକୁ ହାତ 

        କେହି ନ ନିଅନ୍ତି । 

ନୂଆ ଭୁଆସୁଣୀ ବୋହୂ

        ହଁ କରେ ଯେହ୍ନେ

ଧୀର ଧୀର ପବନରେ 

       କଇଁ ନାଚେ ମନେ। 

ଉପରକୁ ଅନେଇ 

       ଚାହିଁ ରହିଅଛି

ସତେ ଅବା ଜହ୍ନକୁ ସେ 

        ଅପେକ୍ଷା କରିଛି । 

ସଞ୍ଜ ଆକାଶ ରେ ଦେଖି 

         ଚନ୍ଦ୍ରମା ମୁଖକୁ

ଭାରି ଖୁସି ହୁଏ କଇଁ 

         ସାଥେ ଗପିବାକୁ। 

ଫୁଟିଅଛି ପୋଖରୀ ରେ

         କେତେ ସ୍ବପ୍ନ ନେଇ

ମନର କଥା କହିବ 

         ସେ ଜହ୍ନକୁ ଚାହିଁ । 

ରାତି କଟିଯିବ ତା'ର

        ଆନନ୍ଦ ଉଲ୍ଲାସେ  

ସକାଳେ ଚନ୍ଦ୍ରମା ଲୁଚି 

        ଯିବ‌ ତା' ଉଆସେ । 

ଯେତେକ୍ଷଣ ଥିବ କଇଁ 

        ଅପେକ୍ଷା କରିବ 

ଜହ୍ନର ଆସିବା ବାଟ

          ସିଏ ଜଗିଥିବ। 

ସୂର୍ଯ୍ୟତାପେ ମଉଳିଲେ

          ଆଉ ନ ଫୁଟିବ 

ପୋଖରୀ ର ସୌନ୍ଦର୍ଯ୍ୟ 

         ଅପସରି ଯିବ। 

**********************

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics