STORYMIRROR

Pabitra Sahu

Tragedy Classics Inspirational

4  

Pabitra Sahu

Tragedy Classics Inspirational

ମୋନାଲିସା ହସ

ମୋନାଲିସା ହସ

1 min
392

କେହି ବୁଝି ନାହିଁ ବୁଝି ପାରିବେନି

           ପ୍ରଚ୍ଛଦପଟ୍ଟ ରହସ୍ଯ, 

ଯେଉଁ କଳ୍ପନାର ବାସ୍ତବ ରୂପ

          ଏ ମୋନାଲିସାର ହସ। 


ଅଛି କିଏ କାହିଁ ଖୋଜି ଆଣ ଯାଇ

          ନ ହସି କେ ରହୁଥିବ , 

ହସ ନାହିଁ ଯଦି ଓଷ୍ଠରେ ସେ ଜନ 

         ନିଶ୍ଚେ ଜଡ଼ ହୋଇଥିବ ।


କିଏ ହସିଥାଏ ଦୁଃଖ କାତରରେ 

          କରୁଥାଏ ଅଭିନୟ, 

ସବୁ ମୋର କହି ଆଉ କେ ହସୁଛି

          ଗର୍ବ ତା'ର ପରିଚୟ। 


ଅନ୍ୟ ମୁଖେ ସ୍ମିତ ହାସ୍ଯ ଦେଖି ଦେଲେ

          ସୁଜନେ ହୁଅନ୍ତି ପୃଷ୍ଟ , 

 କୁଜନ ହସକୁ ସହି ନ ପାରନ୍ତି

          ଈର୍ଷାରେ ହୁଅନ୍ତି ରୁଷ୍ଟ। 


ମୃଦୁ ମୃଦୁ ହସ ଭାରି କଉତୁକ

          ଶତ୍ରୁ ଜିଣି ମିତ୍ର କରେ, 

ଭଲ ଅବା ମନ୍ଦ ମୋନାଲିସା ହସ

         କ୍ଳେଶ ମୁଖେ ହସ ଭରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy